ପାକ୍‍ ନିର୍ବାଚନ: ୧ ହଜାର କଫିନ୍‍ ପ୍ରସ୍ତୁତ

0

ଇସଲାମାବାଦ୍‍: ଆଜି ଅନୁଷ୍ଠିତ ହେଉଛି ପାକିସ୍ତାନର ଜାତୀୟ ନିର୍ବାଚନ। ନିର୍ବାଚନ ବେଳେ ହିଂସାକୁ ରୋକିବା ପାଇଁ ପ୍ରାୟ ୮ ଲକ୍ଷ ସେନା ଓ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି। ଦେଶର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତଥାପି ନିର୍ବାଚନୀ ପ୍ରଚାର ବେଳେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ପେଶ୍‍ୱାରଠାରେ ପ୍ରଶାସନ ପକ୍ଷରୁ ୧ ହଜାର କଫିନ୍‍ ପ୍ରସ୍ତୁତ ରଖାଯାଇଛି। ଦେଶର ୧୭,୦୦୦ ଭୋଟଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି। ୨୨୦ ନିୟୁତ ବ୍ୟାଲେଟ୍‍ ପେପର ପ୍ରସ୍ତୁତ ରଖାଯାଇଛି। ଜାତୀୟ ପରିଷଦ ପାଇଁ ସବୁଜ ଓ ଆଞ୍ଚଳିକ ପରିଷଦ ପାଇଁ ଧଳା ବ୍ୟାଲେଟ୍‍ ରଖାଯାଇଛି। ସକାଳ ୮ଟାରୁ ଭୋଟ ଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ।

Leave A Reply