ହାରିବା ଲଜ୍ଜାରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକିସ୍ତାନ କ୍ରିକେଟ କୋଚ

ଲଣ୍ଡନ: ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ କୋଚ ମିକି ଆର୍ଥର କହିଛନ୍ତି, ଚିର ପ୍ରତିଦ୍ୱନ୍ଦୀ ଭାରତଠାରୁ ପାକିସ୍ତାନ ପରାସ୍ତ ହେବା ପରେ ସେ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ। ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିବା ପରେ ଗଣମାଧ୍ୟମ, ପ୍ରଶଂସକ ଏବଂ ପୂର୍ବ କ୍ରିକେଟରମାନେ ପାକିସ୍ତାନ କ୍ରିକେଟ ଦଳ ସମେତ କୋଚଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ସେ ଗତ ରବିବାର ଆତ୍ମହତ୍ୟା କରିବା ନିଷ୍ପତ୍ତି ନେଇଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି

ଆର୍ଥର କହିଛନ୍ତି,‘‘ ଏହା କେବଳ ଗୋଟିଏ ମ୍ୟାଚରେ ଦଳର ପ୍ରଦର୍ଶନ ଥିଲା କିନ୍ତୁ ଏହା ବହୁତ ଶୀଘ୍ର ଘଟିଗଲା। ଦଳ ଗୋଟିଏ ମ୍ୟାଚ ଜିତୁଛି, ଗୋଟିଏ ହରୁଛି। ଆମେ ବିଶ୍ୱ କପରେ ଖେଳୁଛେ। ଗଣମାଧ୍ୟମରେ ସମାଲୋଚନା ହେଲା, ସମର୍ଥକଙ୍କ ଆଶା ତୁଟିଲା ଓ ସେ ସବୁ ତାଙ୍କୁ ସହିବାକୁ ପଡିଲା’’

ତେବେ ଆର୍ଥର ତାଙ୍କ ଖେଳାଳୀମାନଙ୍କୁ କହିଛନ୍ତି ଯେ ଆମେ ଆଗକୁ ଭଲ ପ୍ରଦର୍ଶନ କରିବୁ’’

Comments are closed.