ପାକିସ୍ତାନ ଆତ୍ମଘାତି ବିସ୍ଫୋରଣରେ ୧୨୦ମୃତ

0

ଲାହୋର: ପାକିସ୍ତାନ ଇତିହାରେ ଏକ ବଡ଼ ଧରଣର ଆତ୍ମଘାତି ଆକ୍ରମଣ ଘଟିଛି। ଏହି ଆକ୍ରମଣରେ ୧୨୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଊଦ୍ଧ୍ୱର୍ ଗୁରୁତର ହୋଇଛନ୍ତି। ବାଲୁଚିସ୍ଥାନର ମାସଟାଂଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଏହି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଆୱାମୀ ପାର୍ଟି ନେତା ନୱାଜାଦା ମୀର ସୀରାଜ ରାଇସାନୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଆସନ୍ନ ନିର୍ବାଚନ ପାଇଁ ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାଧାରଣ ସଭାରେ ଇସଲାମିକ ଷ୍ଟେଟ୍ସ(ଆଇଏସ) ପକ୍ଷରୁ ଆତ୍ମଘାତି ଆକ୍ରମଣ କରାଯାଇ ଥିଲା। ଏଭଳି ଆକ୍ରମଣକୁ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ମୁଖ୍ୟ ବିଲାୱଲ ଭୁଟ୍ଟୋ ଜରଦାରୀ ଟ୍ୱିଟ୍‍ରେ ନିନ୍ଦା କରିଛନ୍ତି। ସେହିପରି ବେଲୁଚିସ୍ଥାନ ଆୱାମୀ ପାର୍ଟି ପକ୍ଷରୁ ସମସ୍ତ ରାଜନୈତିକ ସଭାକୁ ବାତିଲ କରିଦିଆଯାଇଛି। ସେହିପରି ତାରିଖ-ଏ ଇନସାଫ ମୁଖ୍ୟ ଇମରାନ ଖାନ ମଧ୍ୟ ଟ୍ୱିଟ୍‍ରେ ଏଭଳି ଘଟଣାର ନିନ୍ଦା କରିଛନ୍ତି।

Leave A Reply