ପାକିସ୍ତାନରେ ଆତଙ୍କୀ ଆକ୍ରମଣ, ଜଣେ କ୍ୟାପଟେନ ସମେତ ୧୧ ସୈନିକ ମୃତ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଏକ ବଡ଼ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ସେନାର ଜଣେ କ୍ୟାପଟେନ ଏବଂ ୧୧ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା କିଛି ସାଧାରଣ ନାଗରିକଙ୍କୁ ଆତଙ୍କବାଦୀ ବନ୍ଧକ ରଖିଛନ୍ତି। ମୃତ ଅଧିକାରୀ ଜଣକ କ୍ୟାପଟେନ ଅବଦୁଲ ବସିତ ବୋଲି ଜଣାପଡିଛି। ଏହି ଆକ୍ରମଣରେ ପାଖାପାଖି ୧୫ ଜଣ ସୈନିକ ଆହତ ହୋଇଥିବା ଜଣାଯାଇଛି।

ପାକିସ୍ତାନୀ ସେନା ଖୁରାମ ଅଞ୍ଚଳରେ ତାର କାର୍ଯ୍ୟକଳାପ ବ୍ୟାପକ କରିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାପଟେନ ବସିତ ପାକିସ୍ତାନୀ ସେନାର ଏକ ସର୍ଚ୍ଚ ଅପରେସନ କାର୍ଯ୍ୟର ନେତୃତ୍ୱ ନେଉଥିଲେ। ଏହା ବ୍ୟତୀତ ଆତଙ୍କବାଦୀମାନେ ଛ’ ଜଣ ଟେଲିକମ୍ କର୍ମଚାରୀଙ୍କୁ ଅପହରଣ କରି ନେଇଛନ୍ତି। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଜିଓ ଟିଭି ରିପୋର୍ଟ କରିଛି ଯେ ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଏବେ ସେହି ଅଂଚଳରେ ସର୍ଚ୍ଚ ଅପରେସନ ଚାଲିଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇବା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା ବୋଲି ଜଣାପଡିଛି।

Comments are closed.