ଶୌଚାଳୟ ଭାବି ପାକିସ୍ତାନୀ ବିମାନରେ ଜରୁରୀକାଳୀନ ଦ୍ୱାର ଖୋଲିଦେଲେ ମହିଳା

ଇସଲାମାବାଦ – ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନସ୍‌ର ଏକ ବିମାନର ଦ୍ୱାରକୁ ଜଣେ ମହିଳା ଶୌଚାଳୟର ଦ୍ୱାର ଭାବି ରନ୍‌ ଓ୍ୱେ ମଝିରେ ଖୋଲି ଦେଇଥିବା ଖବର ପ୍ରକାଶିତ ହୋଇଛି। ଏହା ମାଞ୍ଚେଷ୍ଟରରେ ଉଡାଣ ଭରିବାର ଥିଲା ।
ମହିଳା ଜଣଙ୍କ ଜରୁରିକାଳୀନ ଦ୍ୱାର ଖୋଲିଦେଇଥିବା ବେଳେ ସମସ୍ତ ଏୟାର ବ୍ୟାଗ ଖୋଲିଯାଇଥିଲା । ଏହା ସହ ଯାତ୍ରୀଙ୍କର ପାରାଚ୍ୟୁଟ ବ୍ୟାଗ ବି ଖୋଲିଯାଇଥିଲା । ଏହାପରେ ୩୭ ଜଣଯାତ୍ରୀଙ୍କୁ ବାହାରକୁ କଢାଯାଇଥିଲା । ଏଥିପାଇଁ ବିମାନ ଉଡାଣ ରେ ୭ ଘଣ୍ଟା ବିଳମ୍ବ ହୋଇଥିଲା ।

ପିଆଇଏ ପିକେ ୭୦୨ ବିମାନ ଉଡାଣ ଭରିବା ପାଇଁ ରନଓ୍ୱେ ଉପରେ ଛିଡା ହୋଇଥିଲା । ଏତିକିବେଳେ ମହିଳାଜଣଙ୍କ ଜରୁରିକାଳୀନ ଦ୍ୱାରକୁ ଶୌଚାଳୟ ଭାବି ଖୋଲି ଦେଇଥିଲେ । ପରେ ବିମାନର ସମସ୍ତ ଜରୁରିକାଳୀନ ବ୍ୟବସ୍ଥା ସ୍ୱୟଂଚାଳିତ ଭାବେ ଆରମ୍ଭ ହୋଇଯାଇଥିଲା । ପରେ ୭ ଘଣ୍ଟା ବିମାନରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଯାତ୍ରା କରିବାକୁ ପଡିଥିଲା ।

Comments are closed.