ପାକିସ୍ତାନର ପ୍ରଧାନମନ୍ତ୍ରୀ ନିର୍ବାଚନ ଆଜି

0

ଇସଲାମାବାଦ୍‍: ପାକିସ୍ତାନରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନିର୍ବାଚନ। ପାକିସ୍ତାନ ଜାତୀୟ ଆସେମ୍ବ୍ଲି ପାଇଁ ଗତ ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ପୂର୍ବତନ କ୍ରିକେଟ ତାରକା ଇମ୍ରାନ୍‍ ଖାନ୍‍ଙ୍କ ତେହେରିକ ଇ ଇନ୍‍ସାଫ୍‍(ପିଟିଆଇ) ସର୍ବାଧିକ ଆସନରେ ଜୟଯୁକ୍ତ ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ପାଇ ନାହାନ୍ତି। ତେଣୁ ଅନ୍ୟ ଦଳର ସହାୟତାରେ ଇମ୍ରାନ୍‍ ସରକାର ଗଢ଼ିବାକୁ ଯାଉଛନ୍ତି। ଅପରପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‍ଙ୍କ ପାକିସ୍ତାନ ମୁସଲିମ୍‍ ଲିିଗ୍‍ – ନୱାଜ୍‍(ପିଏମ୍‍ଏଲ୍‍-ଏନ୍‍) ସଂଖ୍ୟା ଗରିଷ୍ଠତା ହାସଲ କରି ନଥିଲେ ମଧ୍ୟ ସରକାର ଗଠନ ଦିଗରେ ପିଟିଆଇକୁ କଡ଼ା ଆହ୍ୱାନ ଦେଇଛି। ଏହି ପରିପ୍ରେକ୍ଷୀରେ ଇଭୟ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ମଧ୍ୟରେ ସଂସଦରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
ପିିଟିଆଇର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଇମ୍ରାନ୍‍ ଖାନ୍‍ ଓ ପିଏମ୍‍ଏଲ୍‍-ଏନ୍‍ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସେହେବାଜ୍‍ ଶରିଫ୍‍ ଗତ ବୁଧବାର ପ୍ରାର୍ôଥପତ୍ର ଦାଖଲ କରିଛନ୍ତି। ନବ ନିଯୁକ୍ତ ବାଚସ୍ପତି ଆସାଦ୍‍ କାସାର ନିର୍ବାଚନ ସମ୍ପର୍କରେ ଘୋଷଣା କରିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପୂର୍ବରୁ ବାଚସ୍ପତି ପଦ ଲାଗି ନିର୍ବାଚନ ହୋଇଥିଲା। ଏଥିରେ ପିପିପିର ଖୁର୍ସିଦ ଶାହାଙ୍କୁ ୩୦ ଭୋଟରେ ହରାଇ କାସାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି।
ଇମ୍ରାନ୍‍ଙ୍କ ଦଳର ୧୧୬ ଜଣ ନିର୍ବାଚନ ଜିତିଥିବା ବେଳେ ସଂରକ୍ଷିତ ଆସନର ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ସଂଖ୍ୟା ମିଶି ୧୫୮ରେ ପହଞ୍ଚିଛି। ୯ଜଣ ସ୍ୱାଧୀନ ସାଂସଦଙ୍କ ସମର୍ଥନ ଇମ୍ରାନ୍‍ଙ୍କ ପ୍ରତି ରହିଛି। ତେଣୁ ଏହି ନିର୍ବାଚନରେ ଇମ୍ରାନ୍‍ ଜିତିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

Leave A Reply