ପାକିସ୍ତାନ ଭୋଟ ଚୋରି ହୋଇଛି: ନୱାଜ୍‍ ସରିଫ

0

ଇସଲାମାବାଦ୍‍: ପାକିସ୍ତାନର ସଦ୍ୟ ସମାପ୍ତ ନିର୍ବାଚନରେ ଭୋଟ ଚୋରି ହୋଇଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମ୍‍ଏଲ୍‍ ଏନ୍‍ର ନେତା ନୱାଜ୍‍ ସରିଫ୍‍। ପାନାମା ପେପରରେ ପ୍ରକାଶିତ ତଥ୍ୟ ପରେ ଝିଅ ମାରିୟମ୍‍ଙ୍କ ସହିତ ଅଦିଆଲା ଜେଲ୍‍ରେ ଥିବା ନୱାଜ୍‍ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ନିର୍ବାଚନର ଏହି ଫଳାଫଳ ଦେଶରେ କୁପ୍ରଭାବ ପକାଇବ।
ଫଳାଫଳକୁ ତ୍ରୁଟିପୂର୍ଣ୍ଣ ଓ ସନ୍ଦେହଜନକ ବୋଲି ଅଭିହିତ କରି ସରିଫ୍‍ କହିଛନ୍ତି ଯେ ଫୈସଲାବାଦ୍‍, ଲାହୋର ଓ ରାଓଲପିଣ୍ଡିରେ ତାଙ୍କ ଦଳର ପ୍ରାର୍ଥୀମାନେ ଭଲ ସ୍ଥିତିରେ ଥିôଲେ ମଧ୍ୟ ହାରି ଯାଇଛନ୍ତି। ଭୋଟ ଦାନରେ ଅନେକ ଅନିୟମିତତା ହୋଇଛି।

Leave A Reply