ପାଇକରାପୁର ଦୁଇ ଗୋଷ୍ଠି ଗଣ୍ଡଗୋଳ ଘଟଣାରେ ୬ଗିରଫ

ଚୌଦ୍ୱାର : ଚୌଦ୍ୱାର ଥାନା ଟିପିଏମ ଫାଣ୍ଡୀ ଅନ୍ତର୍ଗତ ପାଇକରାପୁର ଗ୍ରାମରେ ବୁଧବାର ଘଟିଥିବା ଗୋଷ୍ଠି ସଂଘର୍ଷରେ ଚୌଦ୍ୱାର ପୁଲିସ ୬ଜଣକୁ ଗିରଫ କରି କୋର୍ଟଚାଲଣ କରିଛି । ପାଇକରାପୁର ଉପରସାହିର ସୌମ୍ୟ ନାୟକ(୩୦), ଆନନ୍ଦ ଚନ୍ଦ୍ର ବରାଳ(୪୩), ପ୍ରଭାତ କୁମାର ସ୍ୱାଇଁ(୩୯) ଓ ତଳସାହିର ସୁର୍ଯ୍ୟକାନ୍ତ ଜେନା(୨୩), ପ୍ରକାଶ କୁମାର ସ୍ୱାଇଁ(୨୮), ରଞ୍ଜନ ଭୁୟାଁ (୧୮) ।

ପୁଲିସ ସୁଚନା ଅନୁଯାୟୀ ବୁଧବାର ଅପରାହ୍ନରେ ଗ୍ରାମର ଉପରସାହି କାର୍ତ୍ତିକେଶ୍ୱର ଠାକୁରଙ୍କ ଭଷାଣି ପାଇଁ ଗ୍ରାମ ପରିକ୍ରମା କରୁଥିଲେ ସାହିପିଲା । ମେଢ ସେହି ଗ୍ରାମର ତଳସାହିରେ ପହଂଚିବା ପରେ କୌଣସି କାରଣକୁ ନେଇ ତଳସାହି ଓ ଉପରସାହି ମଧ୍ୟରେ ଆରମ୍ଭ ହୋଇଥିଲା ମାଡପିଟ । ଏଥିରେ ଉଭୟ ସାହିର ୩ଜଣ ଆହତ ହୋଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା କରାଇବା ପାଇଁ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଉଭୟ ପକ୍ଷରୁ ୧୫ଜଣକୁ ଥାନାକୁ ଆଣି ପଚରାଉଚରା ଜାରୀ ରଖିିଥିଲା। ପୁର୍ବ ଶତୃତାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ପୁଲିସ କହିଛି।

Comments are closed.