ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ

ଭୁବନେଶ୍ବର: ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ନିଜ ଜାଜୁଲ୍ୟମାନ କ୍ରୀଡ଼ା ଜୀବନରେ ଆଉ ଏକ ଗୌରବ ଯୋଡ଼ିଛନ୍ତି। ଭାରତୀୟ ଚେସ୍‌ ଦଳର ନେତୃତ୍ୱ ନେଇଥିବାରୁ ଓଡ଼ିଶାର ଚେସ୍‌ ତାରକା ପଦ୍ମିନୀ ରାଉତ ଏହି ସଫଳତା ହାସଲ କରିଛନ୍ତି। ଏସୀୟ ଜାତୀୟ ଅନ୍‌ଲାଇନ୍‌ ଚେସ୍‌ ଫାଇନାଲ୍‌ ମୁକାବିଲାରେ ବିଜୟ ହାସଲ କରିଥିବା ଭାରତୀୟ ଚେସ୍‌ ଦଳର ନେତୃତ୍ୱ ନେଇଥିବାରୁ ଓଡ଼ିଶାର ଚେସ୍‌ ତାରକା ପଦ୍ମିନୀ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ସଫଳତା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
ଓଡ଼ିଆ ଚେସ୍‌ ତାରକା ପଦ୍ମିନୀ ରାଉତ ଏସିଆନ୍ ନେସନ୍ସ (ରେଜିଅନ) ଅନ୍ ଲାଇନ୍ କପ୍‌ ଚେସ୍‌ ପ୍ରତିଯୋଗିତାରେ ଦଳଗତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରବିବାର ଶୀର୍ଷମାନ୍ୟତା ପ୍ରାପ୍ତ ଉଭୟ ଭାରତୀୟ ମହିଳା ଦଳ ଫାଇନାଲରେ ଇଣ୍ଡୋନେସିଆକୁ ୬-୨ରେ ପରାସ୍ତ କରିଥିଲା। ଉଭୟ ଫାଇନାଲରେ ଭାରତୀୟ ମହିଳା ୩-୧, ୩-୧ରେ ବିଜୟୀ ହୋଇଥିଲା। ପଦ୍ମିନୀ ଓ ପିଭି ନନ୍ଧିଦ୍ଧା ଶତ ପ୍ରତିଶତ ପ୍ରଦର୍ଶନ କରି ୬/୬ ପଏଣ୍ଟ୍ ଅର୍ଜନ କରିଥିଲେ। ପଦ୍ମିନୀଙ୍କ ସହ ଆର୍‌ ବୈଶାଳୀ, ବିଭି ନନ୍ଧିଦ୍ଧା, ଭକ୍ତି କୁଲକର୍ଣ୍ଣ ପ୍ରମୁଖ ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ପଦ୍ମିନୀ ରାଉତଙ୍କ ପାଇଁ ଏହା ପ୍ରଥମ ଦଳଗତ ଏସୀୟ ସ୍ବର୍ଣ୍ଣ। ୨୦୧୮ରେ ପଦ୍ମିନୀ ଏସୀୟ ବ୍ୟକ୍ତିଗତ ସ୍ବର୍ଣ୍ଣ ବିଜେତା ହୋଇଥିଲେ। ସେହିଭଳି ପୂର୍ବରୁ ଦଳଗତ ବର୍ଗରେ କେବଳ ବ୍ଲିଜ୍ ସ୍ବର୍ଣ୍ଣ, ରାପିଡ୍‌ ରୌପ୍ୟ ଏବଂ କ୍ଲାସିକ୍‌ କାଂସ୍ୟ ଜିତିଥିଲେ ଏହି ପୂର୍ବତନ ବୟସ ବର୍ଗ ବିଶ୍ବ ବିଜୟିନୀ ହୋଇସାରିଛନ୍ତି। ରବିବାରର ଫାଇନାଲ୍ ମ୍ୟାଚ୍‌ ସବୁଠାରୁ ଆହ୍ବାନପୂର୍ଣ୍ଣ ଥିଲା ବୋଲି ପଦ୍ମିନୀ ରାଉତ ପ୍ରକାଶ କରିଛନ୍ତି।

Comments are closed.