ଜୟ ଜବାନ ଓ ଟାଲ ଜଟାଧାରୀ କ୍ଲବ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ପଦ୍ମପୁର : କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ସାରା ଭାରତରେ ଲକଡାଉନ ଘୋଷଣା ଆଜକୁ ପନ୍ଦର ଦିନ ହୋଇଯାଇଥିଲା ବେଲେ ବହୁ ଲୋକଙ୍କ ପାଖରେ ଖାଇବାକୁ କିଛି ନାହିଁ । ଏମିତିରେ ସରକାର ଗାଁ ମାନଙ୍କରେ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି। କିନ୍ତୁ ଯେଉଁମାନେ ରନ୍ଧାଖାଦ୍ୟ ପାଉନାହାନ୍ତି ସେମିତି ଅସହାୟ ଗରିବଙ୍କ ପାଇଁ ସାହା ହୋଇଛନ୍ତି ପଦ୍ମପୁର ଉପଖଣ୍ଡ ଦିପ୍ତିପୁର ଜୟ ଜବାନ କ୍ଳବ୍ ଓ ଟାଲ ଜଟାଧାରୀ କ୍ଲବର ସଦସ୍ୟମାନେ।  ଦୁଇ କ୍ଲବର ସଦସ୍ୟମାନେ ଆଖପାଖର ପଞ୍ଚାୟତର ଗାଁ ଗୁଡିକରେ ଲୋକଙ୍କୁ ଚାଉଳ, ଚୂଡା, ଚିନି, ଆଲୁ ଇତ୍ୟାଦି ଶୁଖିଲା ଖାଦ୍ୟ ବଣ୍ଟନକରୁଛନ୍ତି । ସେହି କ୍ରମରେ ସର୍ଗିବାହାଲ ପଞ୍ଚାୟତର ସମସ୍ତ ଗ୍ରାମ ବୁଲି ପାଖାପାଖି ୧୫୦ ଅସହାୟ ଗରିବ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ସର୍ଗିବାହାଲ ଠାରେ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲାପାଳ ତନ୍ମୟ ଦରଓ୍ବାନ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ ।

Comments are closed.