ଚୋରା ବାଲିଟ୍ରାକ୍ଟର ଥାନାରେ ଅଟକ

ପଦ୍ମପୁର: ପପଦ୍ମପୁର ଉପ ଖଣ୍ତ ସମ୍ବଲପୁର ଲୁହୁରାକୋଟ ଅଂଗନଦୀ ଘାଟରୁ ବାରମ୍ବାର ବାଳି ଚୋରି ହେଉଥିବା ଅଭିଯୋଗ ହେଉଥିଲା।ସୋମବାର ଉପ ଖଣ୍ତ ପୁଲିସ ଅଧିକାରୀ ପ୍ରଦୀପ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଜଗଦଳପୁର ଏଏସଆଇ ସତ୍ୟାନନ୍ଦ ଭୋଏ ଓ ସହକର୍ମୀ ଚୋରାବାଳି ଟ୍ରାକ୍ଟର ଉପରେ ନଜର ରଖିଥିଲେ। ଧାନ୍ଦୁପାଲି ଗ୍ରାମର ବଳରାମ ପୁରୋହିତଙ୍କ (ଓଆର୧୭ଏ୫୯୩୧) ସୋନାଲିକା ଟ୍ରାକ୍ଟର ବଲି  ଚାଲାଣ କରୁଥିବା ବେଳେ ତାକୁ ଜବତ କରି ଥାନାରେ ଅଟକ ରଖାଯାଇଛି। ଚୋରାବାଲି ସଂପର୍କରେ ପଦ୍ମପୁର ତହସିଲଦାରକୁ ଜଣାଇ ଦିଆଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Comments are closed.