ଡାକ୍ତରଙ୍କ ବଦାନ୍ୟତା

ପଦ୍ମପୁର: ପଦ୍ମପୁର ଥାନା ଅନ୍ତର୍ଗତ ବଗେଇଜୁରୀ ଛକ ଠାରେ ଏକ କାର୍ ଓ ବାଇକ ମୁହା ମୁହିଁ ଧକ୍କା ଫଳରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ପଦ୍ମପୁରରୁ ଏକ ସେଣ୍ଟ୍ରୋ କାରରେ ଆଶା ଦିଦି ଜନୈକ ଗର୍ଭବତୀ ମହିଲାକୁ ନେଇ ଫେରୁଥିଲେ।ବରିକେଲ ଗ୍ରାମର କ୍ଷେତ୍ର ଲୁହାର ଓ ବଡମାଲ ଗ୍ରାମର ହୃଦାନନ୍ଦ ବାଗ ବାଇକ ଯୋଗେ ଜଗଦଲପୁର ପଟରୁ ଆସୁଥିଲେ।କୌଣସି କାରଣ ବଶତଃ ଉଭୟ ଗାଡି ସାମ୍ନାରେ ଧକ୍କା ହୋଇଥିଲା ।ତୁରନ୍ତ ଆମ୍ବୁଲେନ୍ସକୁ ଖବର ଦିଆଯାଇଥିଲା ।କିନ୍ତୁ ଆମ୍ବୁଲାନ୍ସ ଆସିବାରେ ଡେରି ହେଲା।ଭାଗ୍ୟବଶତଃ ବୁକୁରାମୁଣ୍ତା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡା.ସୁଦୀପ୍ତ ସାହୁ, ଡ୍ରାଇଭର ସୁରେଶ ସେଠ ଆସୁଥିଲେ।ଦୁର୍ଘଟଣା ଦେଖି ତୁରନ୍ତ ଆହତଙ୍କୁ ପଦ୍ମପୁର ଚିକିତ୍ସାଳୟକୁ ନେଇଥିଲେ।ସରେଇକେଲା ସରପଞ୍ଚଙ୍କ ସ୍ବାମୀ ଘନଶ୍ୟାମ ଗଡତିଆ ସହଯୋଗ କରିଥିଲେ ।ସରପଞ୍ଚଙ୍କ ସ୍ବାମୀ ଓ ଡାକ୍ତରଙ୍କ ସେବା ମନୋବୃତ୍ତିକୁ ସାଧାରଣରେ ପ୍ରସଂଶା କରାଯାଇଛି।

Comments are closed.