ପଦ୍ମପୁର ଏନ୍‌ଏସିର କଣ୍ଟାପଡ଼ା-ମେହେରପଡ଼ା ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌

ପଦ୍ମପୁର: ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଅଧୀନରେ ଥିବା କଣ୍ଟାପଡ଼ା-ମେହେରପଡ଼ା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପଦ୍ମପୁର ଏନ୍‌ଏସି ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ସିଲ୍‍ କରିଦିଆଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଲୋକଙ୍କ ଯିବା ଆସିବା ପାଇଁ ନିଷେଧ କରାଯାଇଛି। ଏହି ଅଞ୍ଚଳରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କଣ୍ଟାପଡ଼ା-ମେହେରପଡ଼ା ଅଞ୍ଚଳକୁ ବିଶୋଧନ କରାଯାଇଛି। ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଜନସାଧାଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ସାମାଜିକ ଦୂରତା ବଜାୟ ରଖିବା, କ୍ବାରେଣ୍ଟାଇନ୍‌ରେ ରହିବା, ମାକ୍ସ ପିନ୍ଧିବା, ନିୟମିତ ହାତ ଧୋଇବା, ଗରମ ପାଣି ବ୍ୟବହାର ଇତ୍ୟାଦି ବିଷୟରେ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ପଦ୍ମପୁର ଏନ୍‌ଏସିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବାରମ୍ବାର ଲକ୍‍ଡାଉନ୍‍, ସଟ୍‍ଡାଉନ୍‍, ସିଲ୍‌ କରିବା ଭଳି ଅନେକ ପଦକ୍ଷେପ ନେଉଛନ୍ତି ବୋଲି ସୂଚନା ଦିଆଯାଇଛି।

Comments are closed.