ତାମିଲନାଡୁରୁ ସାଇକେଲରେ ଫେରିଲେ ବରଗଡ଼ ପ୍ରବାସୀ ଓଡ଼ିଆ ଶ୍ରମିକ

ପଦ୍ମପୁର: ତାମିଲନାଡୁର ତ୍ରିପୁରଠାରେ ବରଗଡ଼ ଜିଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡ କସର ଗ୍ରାମର ଦିଲ୍ଲୀପ ବେହେରା ଜଣେ ଶ୍ରମିକ ଭାବେ କାମ କରନ୍ତି । କରୋନା ପ୍ରଭାବରେ ସାରା ଦେଶକୁ ଲକ୍‍ଡାଉନ୍‍ ଡାଉନ୍‍ କରାଯାଇ ଥିବାରୁ ସେଠାରେ ନିଜକୁ ଅସହାୟ ମନେକରିଥିଲେ ଦିଲ୍ଲୀପ । ଏହାପରେ ଏକ ସାଇକଲ ଯୋଗେ ନିଜ ଭିଟାମାଟି ଓଡ଼ିଶାକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତାମିଲନାଡୁର ତ୍ରିପୁରରୁ ଏକ ସାଇକଲ୍‍ ଯୋଗେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ଏପ୍ରିଲ୍‍ ୨୩ରେ ତାମିଲନାଡୁ ତ୍ରିପୁରଠାରୁ ସାଇକଲ୍‍ରେ ବାହାରି ଆସି ବରଗଡ଼ ଜିଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡ କସର ଗ୍ରାମରେ ମେ’ ୮ ତାରିଖରେ ପହଞ୍ଚିଛନ୍ତି । ତାମିଲନାଡୁ ତ୍ରିପୁରଠାରୁ ନିଜ ଗ୍ରାମ କସରକୁ ଦିଲ୍ଲୀପ ଆସିଥିବା ଖବର ପାଇ ସ୍ୱେଚ୍ଛାସେବୀ ଆନନ୍ଦ ବେହେରା, ଅଙ୍ଗନବାଡ଼ି କର୍ମୀ ବିଲାସିନୀ ଡୁଡୁକା, ଶିକ୍ଷୟିତ୍ରୀ ଆରତୀ ବେହେରା, ଚୈତନ୍ୟ ମହାଲିଙ୍ଗ ପ୍ରମୁଖ ସେଠାରେ ପହଞ୍ଚିଥିଲେ । ତାମିଲନାଡୁର ତ୍ରିପୁରା ଫେରନ୍ତା ଦିଲ୍ଲୀପକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିବା ସହିତ କ୍ୱାରେଣ୍ଟାଇନକୁ ପଠାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଦିଲ୍ଲୀପଙ୍କ କ୍ୱାରେଣ୍ଟାଇନ୍‍ ଅବଧି ଶେଷ ହେବା ପରେ ତାଙ୍କୁ ନିଜ ଘରକୁ ଯିବା ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Comments are closed.