କାଳବୈଶାଖୀ ପ୍ରଭାବ ; ଅଘୋଷିତ ରାସ୍ତାରୋକ

ପଦ୍ମପୁର: ପଦ୍ମପୁର ଉପଖଣ୍ଡରେ ମଙ୍ଗଳବାର କାଳବୈଶାଖୀର ପ୍ରକୋପରେ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଓ କୁଆପଥର ମାଡ଼ରେ ବହୁ ଧନଜୀବନ ନଷ୍ଟ ହୋଇଛି। ଏହି ଘୁର୍ଣ୍ଣିଝଡ ପ୍ରଭାବରେ ବଡ଼ବଡ଼ ଗଛ ଭାଙ୍ଗି ଯିବାସହ ସ୍ଥାନୀୟ ଲୋକଙ୍କର ଘର ଛପର ମଧ୍ୟ ଉଡ଼ିଯାଇଛି। ବିଦ୍ୟୁତ ତାରରେ ଡାଲପଡ଼ିବା ଦ୍ବାରା ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇ ଯାଇଥିଲା । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସନ୍ନିକଟରେ ଏକାଧିକ ଗଛ ରାସ୍ତା ଉପରେ ପଡିଥିଲା। ଫଳରେ ରାତିରୁ ସକାଳ ପର୍ଯ୍ୟନ୍ତ ପଦ୍ମପୁର –ପାଟଣାଗଡ଼ ରାସ୍ତାରେ ବହୁ ସଂଖ୍ୟକ ଗଡ଼ି ମଟର ଅଟକି ରହିଥିଲା। ଏହାସହ ପନିପରିବା ଓ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନ ଚାଷୀମାନଙ୍କର କ୍ଷୟକ୍ଷତି ଆକଳନ କରି ଶୀଘ୍ର କ୍ଷତିପୁରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Comments are closed.