କଂଗ୍ରେସର ହାତ ଛାଡିଲେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା

0

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା କଂଗ୍ରେସର ହାତ ଛାଡିଛନ୍ତି । ରବିବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀ ପଣ୍ଡା କଂଗ୍ରେସ ଦଳ ଛଡିଥିବା ନେଇ ସୂଚନା ଦେଇଛନ୍ତି । ଗୋଷ୍ଠୀ କନ୍ଦଳ ଏବଂ ଦଳ ମଧ୍ୟରେ ସମନ୍ୱୟ ନଥିବା କାରଣରୁ ସେ ଦଳ ଛାଡିଥିବା ସମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଆସନ୍ତା ମଙ୍ଗଳବାର ସେ ନିଜର ରାଜନୈତିକ ଭବିଷ୍ୟତ ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।

Comments
Loading...