ଆଜି ପଦ୍ମ ଭୂଷଣ ରାଧାନାଥ ରଥଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ସାହିତ୍ୟିକ, ସାମ୍ବାଦିକ ଏବଂ ରାଜ୍ୟର ବହୁଳ ପ୍ରସାରିତ ଶତାୟୁ ଖବରକାଗଜ ‘ସମାଜ’ର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ରାଥାନାଥ ରଥଙ୍କର ଆଜି ଜୟନ୍ତୀ । ତାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ପଦ୍ମଭୂଷଣ ରାଥାନାଥ ରଥଙ୍କ କାଳଜୟୀ ସୃଷ୍ଟିରେ ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ । ଏଥିସହିତ ସାମ୍ବାଦିକତା, ରାଜନୀତି ତଥା ସମାଜସେବା କ୍ଷେତ୍ରରେ ନିଜର ଅବଦାନ ଏବଂ ଲୋକଙ୍କ କଲ୍ୟାଣ ନିମନ୍ତେ ଜୀବନବ୍ୟାପୀ ତ୍ୟାଗ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଂଗଠନ ପକ୍ଷରୁ ମଧ୍ୟ ଶ୍ରୀ ରଥଙ୍କ ଅମର ଆତ୍ମା ପ୍ରତି ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Comments are closed.