ବୀଣାପାଣିଙ୍କୁ ପଦ୍ମଶ୍ରୀ ପ୍ରଦାନ

କଟକ : ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ବୀଣାପାଣି ମହାନ୍ତିଙ୍କୁ ୨୦୨୦ ବର୍ଷ ନିମନ୍ତେ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ବୀଣାପାଣି ଏହି ଉପାଧିକୁ ଗ୍ରହଣ କରିପାରିନଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପାଧି ତାଙ୍କ ବାସଭବନରେ ପ୍ରଦାନ ନିମନ୍ତେ ଜିଲା ପ୍ରଶାସନକୁ ପଠାଯାଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ପଦ୍ମଶ୍ରୀ ଉପାଧିର ସନନ୍ଦ ଓ ମେଡାଲକୁ ବୁଧବାର ଜିଲାପାଳ ଭବାନୀ ଶଙ୍କର ଚୟନୀ ବାଦାମବାଡ଼ିସ୍ଥିତ ଶ୍ରୀମତି ମହାନ୍ତିଙ୍କ ବାସଭବନରେ ପହଞ୍ଚି ପ୍ରଦାନ କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କେନ୍ଦ୍ରାଞ୍ଚଳ ଉପନିର୍ଦେଶକ ଅଶୋକ କୁମାର ଷଡ଼ଙ୍ଗୀ ମଧ୍ୟ ଜିଲାପାଳଙ୍କ ସହ ଉପସ୍ଥିତ ଥିଲେ।

Comments are closed.