ପଦ୍ମ ପୁରସ୍କାର ଲାଗି ୫୦ହଜାର ପ୍ରସ୍ତାବ

0

ନୂଆଦିଲ୍ଲୀ : ଆସନ୍ତାବର୍ଷ ଦିଆଯିବାକୁ ପଦ୍ମ ପୁରସ୍କାର ଲାଗି ପ୍ରାୟ ୫୦ହଜାର ପ୍ରସ୍ତାବ ଆସିଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ୪୯,୯୯୨ଟି ପ୍ରସ୍ତାବ ଆସିଛି। ଏହି ପ୍ରସ୍ତାବ ୨୦୧୦ରେ ଆସିଥିବା ପ୍ରସ୍ତାବର ୩୨ଗୁଣ ଅଧିକ। ୨୦୧୦ରେ ପଦ୍ମ ପୁରସ୍କାର ଲାଗି ମୋଟ ୧୩୧୩ଟି ପ୍ରସ୍ତାବ ଆସିଥିଲା। ୨୦୧୭ରେ ପଦ୍ମ ପୁରସ୍କାର ଲାଗି ୩୫,୫୯୫ଟି ପ୍ରସ୍ତାବ ଆସିଥିଲା ବେଳେ ସେଥିରୁ ୮୯ ଜଣଙ୍କୁ ପୁରସ୍କାର ମିଳିଥିଲା। ସେହିପରି ୨୦୧୬ରେ ୧୮, ୭୬୮ଟି ପ୍ରସ୍ତାବ ଆସିଥିବାବେଳେ ୮୪ଜଣଙ୍କୁ ପୁରସ୍କାର ମିଳିଥିଲା। କେନ୍ଦ୍ର ସରକାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥାନ୍ତି। ୨୦୧୮ ସେପ୍ଟେମ୍ବର ୧୫ ପଦ୍ମ ପୁରସ୍କାର ଲାଗି ଅନଲାଇନ ପ୍ରସ୍ତାବ ଗ୍ରହଣର ଶେଷ ତାରିଖ ଥିଲା।

Leave A Reply