୨୫ ତାରିଖ ସୁଦ୍ଧା ଟୋକନ ନ ମିଳିଲେ ୨୬ରୁ ମଣ୍ଡିରେ ଧାନ ଗଦା କରିବେ ଚାଷୀ

ପଦ୍ମପୁର : ପଦ୍ମପୁର ରାଜ ବୋଡା ସମ୍ବର କୃଷକ ସଂଗଠନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାରଂକୁ ଚାଷୀମାନଂକର ବିଭିନ୍ନ ସମସ୍ୟା ନେଇ ଚେତାବନୀ ଦେଇଛନ୍ତି। ଚାଷୀନେତାମାନେ ଉପ ଜିଲ୍ଲାପାଳଂକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ପାଇକମାଲ ବ୍ଲକର ବାଦୀକଟା,ଭେଂଗରାଜପୁର,ଲଖମରା ଗ୍ରାମ ପଞ୍ଚାୟତ ଚାଷୀମାନେ ୨୦୧୯ର ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ସହ କ୍ରପ କଟିଂରେ ବୀମା କମ୍ପାନୀର ହସ୍ତକ୍ଷେପକୁ ବିରୋଧ କରିଛନ୍ତି । ଏହା ସହ ଆଗାମୀ ୨୫ତାରିଖ ସୁଦ୍ଧା ସମସ୍ତ ଚାଷୀଂକୁ ଟୋକନ ଦେଇ ଧାନ କିଣିବା ବ୍ୟବସ୍ଥା କରା ନ ଗଲେ  ୨୬ ତାରିଖରେ ସମସ୍ତ ଚାଷୀ ମଣ୍ତିରେ ଧାନ ପକାଇବାକୁ ବାଧ୍ୟ ହେବେ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି।

Comments are closed.