ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ ୧୮.୬% ବୃଦ୍ଧି

ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ ଚଳିତବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୧୮.୬ ପ୍ରତିଶତ ଅଧିକ ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିବା ଧାନ ପୂର୍ବବର୍ଷର ଏହି ସମୟ ତୁଳନାରେ ଯଥେଷ୍ଟ ଅଧିକ ରହିଛି। ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଧାନ ସଂଗ୍ରହ ଯୋଗୁଁ ୧୩ ଲକ୍ଷ ୬୪ ହଜାର କୃଷକ ଉପକୃତ ହୋଇପାରିଛନ୍ତି। ଏ ବାବଦରେ କୃଷକମାନଙ୍କୁ ୩୦ ହଜାର କୋଟି ଟଙ୍କା ଦିଆଯାଇଛି। ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ତାମିଲନାଡୁ, ଉତ୍ତରାଖଣ୍ଡ, ଚଣ୍ଡୀଗଡ଼, ଜାମ୍ମୁ- କାଶ୍ମୀର, କେରଳ ଓ ଗୁଜରାଟ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଖରିଫ ଋତୁର ଧାନ ସଂଗ୍ରହ ସୂଚାରୁରୂପେ ଚାଲିଛି।

ଏ ପର୍ଯ୍ୟନ୍ତ ୧୫୯ ଲକ୍ଷ ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯଂଇ ସାରିଲାଣି। ମୋଟ୍‍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୧୦୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି, ଯାହା ମୋଟ ସଂଗ୍ରହର ୬୭ ପ୍ରତିଶତ। ରାଜ୍ୟଗୁଡ଼ିକର ପ୍ରସ୍ତାବକୁ ଭିତ୍ତିକରି ୪୫ ଲକ୍ଷ ମେଟ୍ରିକ ଟନ୍‍ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା ଓ ଗୁଜୁରାଟ ଭଳି ରାଜ୍ୟଗୁଡ଼ିକରୁ ସଂଗ୍ରହ ପାଇଁ ଅନୁମତି ଦିଆଯାଇଛି।

Comments are closed.