ସୁବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି, ଅଧିକ ଧାନ କିଣାଯିବାର ବ୍ୟବସ୍ଥା କରାଯାଉଛି : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର : ରାଜ୍ୟରେ ଧାନ ସଂଗ୍ରହ ନେଇ କୌଣସି ସମସ୍ୟା ନାହିଁ ବୋଲ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଦୁଇଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି ଧାନ କିଣାରେ କୌଣସି ଅସୁବିଧା ନାହିଁ, ସୁବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ଚାଷୀ ଅଧିକ ଧାନ ବିକିବାକୁ ଚାହିଁଲେ ତାହା ମଧ୍ୟ କିଣାଯିବାର ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.