୨୦୨୦-୨୧ ଖରିଫ୍ ବିପଣନ ବର୍ଷ : ୩୬୨. ୩୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ

ନୂଆଦିଲ୍ଲୀ : ୨୦୨୦-୨୧ ଖରିଫ୍ ବିପଣନ ବର୍ଷ ପାଇଁ ଦେଶରେ ଧାନ ସଂଗ୍ରହ ସୁଚାରୁ ରୂପେ ଚାଲିଛି। ଗତ ୯ ତାରିଖ ସୁଦ୍ଧା ୩୬୨ ଲକ୍ଷ ୩୧ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି।
ତେବେ ଗତବର୍ଷର ଏହି ସମୟରେ ୨୯୮ ଲକ୍ଷ ୭୯ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ୨୧. ୨୫ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି। ମୋଟ୍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨ ଲକ୍ଷ ୭୭ ହଜାର ମେଟ୍ରିକ୍ ଟନ୍ ସଂଗ୍ରହ କରାଯାଇଛି। ଯାହା ମୋଟ୍ ସଂଗୃହୀତ ଧାନର ୫୫.୯୬ %।
ପ୍ରାୟ ୩୮ ଲକ୍ଷ ୬୨ ହଜାର କୃଷକ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରୟ କରି ଏପର୍ଯ୍ୟନ୍ତ ୬୮ ହଜାର ୪୦୫ କୋଟି ଟଙ୍କା ପାଇଛନ୍ତି।