ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ରବି ଋତୁ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଭବାନୀପାଟଣା, ଧର୍ମଗଡ ତଥା ଲାଞ୍ଜିଗଡ ବିଧାୟକଙ୍କ ପ୍ରତିନିଧି, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ୍ ଦାସ, ଜିଲ୍ଲା ସ୍ତରୀୟ ଅଧିକାରୀ, ଆର୍ ଏମ ସି ଏସ୍ ସମ୍ପାଦକ, ଚାଷୀ ପ୍ରତିନିଧି, ମିଲର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ସୂଚନା ପ୍ରଦାନ କରିଥିଲେ । ଚଳିତ ବର୍ଷ ରବି ଋତୁରେ ଜିଲ୍ଲାରେ ସମୁଦାୟ ୧୭,୩୯୯ ଜଣ ଚାଷୀ ଧାନ ବିକ୍ରୟ କରିବା ନିମନ୍ତେ ପଞ୍ଜୀକୃତ ହୋଇଛନ୍ତି ସମୁଦାୟ ୫୪ ଗୋଟି ପ୍ରାଥମିକ ସେବା ସମବାୟ ସମିତି ଏବଂ ୧୭ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ୧୦୨ ଗୋଟି ଖୋଲାଯିବା ପାଇଁ ସ୍ଥିର କରାଯାଇଛି ।
ସରକାରଙ୍କ ନିର୍ଦ୍ଦେଶ ମୁତାବକ ଚାଷୀ ମାନଙ୍କ ସମସ୍ତ ପଞ୍ଜୀକୃତ ଜମି ରାଜସ୍ବ ନିରିକ୍ଷକ , ଭି ଏ ଡବ୍ଳୁ, ପ୍ୟାକ୍ସ କର୍ମଚାରୀ ଶତ୍ ପ୍ରତିଶତ ତଦାରଖ କରାଯାଉଛି। ସମସ୍ତ ମଣ୍ଡି ଗୁଡିକରେ ପ୍ରତ୍ୟେକ ସ୍ଥିରୀକୃତ ଦିନରେ ଟୋକନ ପାଇଥିବା ଚାଷୀ ମାନେ ସକାଳ ୭.୦୦ ଘଣ୍ଟାରୁ ୧୨.୦୦ ଘଣ୍ଟା ମଧ୍ୟରେ ମଣ୍ଡିକୁ ଧାନ ଆଣି ଧାନ ବିକ୍ରୟ କରିପାରିବେ।
ପ୍ରତ୍ୟେକ ମଣ୍ଡି ଗୁଡିକରେ ପାନୀୟ ଜଳ,ବିଶ୍ରାମ ଗୃହ, ଶୌଚାଳୟ, ଇତ୍ୟାଦି ବ୍ୟବସ୍ଥା କରିବା ନିମନ୍ତେ ଆର୍ ଏମ ସି କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍ ସାଂସଦ ଚାଷୀମାନଙ୍କ ସୁବିଧା ନିମନ୍ତେ ପ୍ରତ୍ୟେକ ଦିନ କ୍ରୟ ହୋଇଥିବା ଧାନକୁ ସେହି ଦିନ ମିଲର ମାନେ ଉଠାଣ ନିମନ୍ତେ କହିଥିଲେ ଏବଂ ଏଥିରେ ମିଲର ମାନେ ସମ୍ମତି ପ୍ରକାଶ କରିଥିଲେ। ମିଲର ପ୍ରତିନିଧି ମାନେ ଏଫ୍ ସି ଆଇ ଠିକ୍ ସମୟରେ ଚାଉଳ ଉଠାଣ କରୁ ନ ଥିବାରୁ ମୀଲ୍ ନିୟମିତ ଚାଲି ପାରୁନାହିଁ ତଦ୍ୱାରା ରବି ଋତୁରେ ଧାନ ଉଠାଣ ସମସ୍ୟା ଦେଖା ଦେଇପାରେ । ଏହି ପରିପେକ୍ଷିରେ ଜିଲ୍ଲାପାଳ ଏଫ୍ ସି ଆଇ ଅଧିକାରୀଙ୍କୁ ଚାଉଳ ଉଠାଣକୁ ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଧାନ କ୍ରୟ ଆରମ୍ଭ କରିବାର ତାରିଖ ନିର୍ଣ୍ଣୟ ନିମନ୍ତେ ପ୍ରତିନିଧି ମାନଙ୍କ ସହ ଆଲୋଚନା କରାଯାଇ ପର୍ୟ୍ୟାୟ କ୍ରମେ ବିଭିନ୍ନ ବ୍ଲକ ରେ ମେ’ ମାସ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ମଣ୍ଡି ଖୋଲାଯିବା ପାଇଁ ସ୍ଥିର କରାଯାଇଛି। ଶେଷରେ ସି ଏସ୍ ଓ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ଥିଲେ ।

Comments are closed.