ସାହାରପଡା ଲ୍ୟାମ୍ପସ୍’ରେ ଅଚଳାବସ୍ଥା ଜାରି, ଧାନ କିଣାରେ ବାଧକ ସାଜିଛି କର୍ମଚାରୀ ଅଭାବ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ୨୦ଟି ପଞ୍ଚାୟତର କୃଷକ ସଭ୍ୟ ସଭ୍ୟାମାନଙ୍କ ପାଇଁ ସମବାୟ ବିଭାଗ ତରଫରୁ ଏକ ଲ୍ୟାମ୍ପସ ସ୍ଥାପନ କରାଯାଇଅଛି। ଉକ୍ତ ଲ୍ୟାମ୍ପସ ଅଧିନରେ ମାଛଗଡ଼, ଟଭାସରୁଆ, ଉଦୟପୁର ଏବଂ ସାହାରପଡା ଠାରେ ସମୁଦାୟ ୪ଟି ଶାଖା କାର୍ଯ୍ୟ କରୁଅଛିl ବ୍ଲକର ପାଖାପାଖି ୧୨ହଜାର କୃଷକ ସଭ୍ୟ ସଭ୍ୟାମାନେ ଏହି ଲ୍ୟାମ୍ପସ ଉପରେ ନିର୍ଭରଶୀଳ ମାତ୍ର ପରିତାପର ବିଷୟ ଏହି କି ଯେ ପ୍ରଶାସକଙ୍କ ନିଷ୍କ୍ରିୟତା ପାଇଁ ଆଜିର ଦିନରେ ଏହି ଲ୍ୟାମ୍ପସ ବୁଡିଯିବା ଅବସ୍ଥାକୁ ଚାଲି ଆସିଛି l ମାଛଗଡ଼ ଶାଖାର ଶାଖା ପରିଚାଳକ ମଧୁସୂଦନ ମହାନ୍ତ ବର୍ତ୍ତମାନ ଲ୍ୟାମ୍ପସର ପରିଚାଳନା ନିର୍ଦେଶକ ଦାୟିତ୍ୱରେ ଅଛନ୍ତି ଏବଂ ଉଦୟପୁର ଶାଖାର ପିଅନ ବଳରାମ ମହାପାତ୍ର ଏବଂ ସାହାରପଡା ଲ୍ୟାମ୍ପସ ରାତ୍ର ଜଗୁଆଳି ଲଦର ମୁଣ୍ଡା ଏହି ତିନି ଜଣ କର୍ମଚାରୀଙ୍କ ଭରସାରେ ଲ୍ୟାମ୍ପସ ଚାଲିଥିବା ବେଳେ ସମୁଦାୟ ଲ୍ୟାମ୍ପସ ଏବଂ ତାର ୪ଟି ଶାଖା ସମ୍ପୂର୍ଣ ଅଚଳ ଅବସ୍ଥାକୁ ଚାଲି ଆସିଥିବା ସତ୍ବେ ଲ୍ୟାମ୍ପସ ପ୍ରଶାସକ ଅଜୟ କୁମାର ପାଣି ଏବଂ ସୁପରଭାଇଜିଙ୍ଗ ଅଫିସର ଦିଲ୍ଲୀପ ପାତ୍ରଙ୍କ ନିଷ୍କ୍ରିୟତା ସମସ୍ତ ସଭ୍ୟ ସଭ୍ୟାଙ୍କୁ ଆଶ୍ୱର୍ଯ୍ୟାନ୍ବୁତ କରୁଛିl

ସାହାରପଡା ଲ୍ୟାମ୍ପସର ଡିପୋଜିଟ କାଉଁଣ୍ଟର ସମ୍ପୂର୍ଣ ବନ୍ଦ ହୋଇ ଯାଇଛିl ସଭ୍ୟ ସଭ୍ୟା ମାନେ ତାଙ୍କ ଡିପୋଜିଟ ଟଙ୍କାକୁ ସେମାନଙ୍କ ଦରକାର ସମୟରେ ଉଠାଣ କରି ନ ପାରି ହତାଶ ହୋଇ ଫେରି ଯାଉଛନ୍ତିl କେନ୍ଦୁଝରର ବଡ଼ ପର୍ବ ମକର ସମୟରେ ଲକ୍ଷ୍ମୀପଶି ଗ୍ରାମର ମଦନ ମୋହନ ମହାନ୍ତ ତାଙ୍କ ଡିପୋଜିଟ ଟଙ୍କା ଉଠାଇ ବା ପାଇଁ ଆସିଥିଲେ କିନ୍ତୁ ଏମଡ଼ି ମଧୁସୂଦନ ମହାନ୍ତ ଟଙ୍କା ତାଙ୍କୁ କର୍ମଚାରୀ ନାହାଁନ୍ତି କହି ଫେରାଇ ଦେଇଥିବାର ପ୍ରକାଶ କରିଛନ୍ତିl ଲ୍ୟାମ୍ପସରେ ଟଙ୍କା ନେଣଦେଣ ସହିତ ଋଣ ନେଣଦେଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ବନ୍ଦ ହୋଇପଡିଛି। କମ୍ପୁଟରୀକରଣ, ନୂଆ ଜମାଖାତା ଖୋଲିବା ଆଦି କାର୍ଯ୍ୟ କର୍ମଚାରୀ ଅଭାବରୁ ବନ୍ଦ ହୋଇଯାଇଥିଲେ ମଧ୍ୟ୍ୟ ପ୍ରଶାସକ ଅଜୟ କୁମାର ପାଣି ମାସ ମାସ ଧରି ଲ୍ୟାମ୍ପସକୁ ନ ଆସି କେନ୍ଦୁଝରରେ ଅଚିନ୍ତାରେ ବସିଥିବା ବେଳେ ସୁପରଭାଇଜିଙ୍ଗ ଅଫିସର ଦିଲ୍ଲୀପ କୁମାର ପାତ୍ର ଧାନ କିଣା ପାଇଁ ମଝିରେ ମଝିରେ ଘଣ୍ଟାଏ ଦୁଇ ଘଣ୍ଟା ପାଇଁ ଲ୍ୟାମ୍ପସକୁ ଆସି କିଛି କାମ ନ କରି କେନ୍ଦୁଝର ଫେରି ଯାଉଥିବାର ସଭ୍ୟସଭ୍ୟା ମାନେ ଅଭିଯୋଗ କରିବା ସହିତ ଏଠାକାର ଅସୁବିଧାକୁ ଏଆରସିଏସ ଏବଂ ଡ଼ିଆରସିଏସଙ୍କ ଦୃଷ୍ଟିକୁ ଆଣୁ ନ ଥିବାର ଅଭିଯୋଗ କରିଛନ୍ତିl

ସରକାରୀ ସୁବିଧା ସବୁ ପାଇଲା ପରେ ମଧ୍ୟ ପ୍ରଶାସକ ଶ୍ରୀ ପାଣି ତାଙ୍କର ଦାୟିତ୍ୱ ଠିକ ଭାବରେ ତୁଲାଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛିl ପ୍ରକାଶ ଥାଉ କି ବିଗତ ଦିନରେ ପ୍ରଶାସକଙ୍କ ଦାୟିତ୍ୱ ହୀନତା ପାଇଁ ୬୮ ଜଣ କୃଷକ ଧାନ ବିକ୍ରୟ ଟଙ୍କା ପାଇ ନ ଥିବା ବେଳେ ୨ ଜଣ ତଳିଆ କର୍ମଚାରୀ ଜେଲରେ ଥିବା ଏବଂ ଜଣେ କର୍ମଚାରୀ ସସପେଣ୍ଡ ହୋଇଥିବାର ଜଣାଯାଇଛିl ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଦେଢ ବର୍ଷ ହେଲାଣି ସସପେଣ୍ଡ ହୋଇ ରହିଥିବା ବେଳେ ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକଙ୍କ ମନମୁଖୀ କାର୍ଯ୍ୟ ଦିନ କୁ ଦିନ ବଢି ଚାଲିଛି। ଲ୍ୟାମ୍ପସରେ କର୍ମଚାରୀ ଆବଶ୍ୟକ ଥିଲେ ମଧ୍ୟ କିପରି ଉପର ଅଧିକାରୀ ଅଣ ଦେଖା କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିବା ସହିତ ପ୍ରଶାସକ ସାହାରପଡା ଲ୍ୟାମ୍ପସକୁ ଆସି ପରିସ୍ଥିତି କୁ ନିରୀକ୍ଷଣ କରି ଖୁବ ଶୀଘ୍ର କର୍ମଚାରୀ ନିଯୁକ୍ତ କରିବାକୁ ମତ ପ୍ରକାଶ ପାଇଛି। ଏ ବାବଦରେ ଶ୍ରୀ ପାଣିଙ୍କୁ ପଚାରିବାରେ ଏମ.ଡି ସବୁ ବୁଝୁଛନ୍ତି ଏବଂ କର୍ମଚାରୀ ଅଭାବ ବିଷୟରେ ଉପସ୍ଥିତ ଅଧିକାରୀଙ୍କୁ ଜଣାଇ ଦେଇଛି ବୋଲି କହିଥିଲେ।

Comments are closed.