ଓଲଟିଥିବା ଧାନ ବୋଝେଇ ଟ୍ରକରେ ଥିବା ଧାନ କାହାର? ମେଳ ଖାଉନି ତଥ୍ୟ

ରେଙ୍ଗାଲିକ୍ୟାମ୍ପ : ଗୋଡଭଗା-ତୁରୁମ୍ ୫୪ ନମ୍ବର ରାଜ୍ୟ ରାଜପଥର  ସାଳନା ଛକଠାରେ ଆଜି  ଓ ଡି ୧୬ଡି୪୦୨୬ ନମ୍ବର ବିଶିଷ୍ଟ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ଯାଇଛି। ଏହି ଟ୍ରକରେ ୬୦୦ବସ୍ତା ଧାନ ଥିବା ଜଣାପଡିଛି। ଓଲଟି ଥିବା ଟ୍ରକ୍ ଡ୍ରାଇଭରଙ୍କ କହିବା ଅନୁସାରେ ଟ୍ରକଟି ବିନିକା ମଣ୍ଡିରୁ ବୋଝେଇ ହୋଇ ଶାସନ ରେଙ୍ଗାଲିକୁ ଯାଉଥିଲା। ଏହି ଧାନ ବସ୍ତାକୁ ଅନ୍ୟ ଏକ ଟ୍ରକ୍ ନମ୍ୱର୍ ଓ ଡି ୧୪ଆର୍ ୨୦୫୧ ଯୋଗେ ବୋଝେଇ କରି ନିଯାଇଥିଲା। ଏହି ଟ୍ରକ୍ ଡ଼୍ରାଇଭରଙ୍କୁ ପଚରାଯିବାରେ ସେ କହିଥିଲେ ଧାନ ଡୁଙ୍ଗୁରିପାଲିରୁ ଆସିଛି। କିନ୍ତୁ କୁଆଡେ ଯିବ ସେ କଥା କହି ନଥିଲେ। ସ୍ଥାନୀୟ  ଫାଣ୍ଡି ଅଧିକାରୀ କହିଥିଲେ  ଏହା ଏସଏଚଜି ଗ୍ରୁପର ଧାନ। ତେବେ ଏହି ଧାନ ପ୍ରକୃତରେ କାହାର, କେଉଁଠାରୁ ଆସିଥିଲା ଓ  କେଉଁଠିକୁ  ଯାଉଛି ତାହା କିଛି ସଠିକ ତଥ୍ୟ ନାହିଁ କାହାରି ପାଖରେ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ପ୍ରତ୍ୟେକଙ୍କ ତଥ୍ୟରେ ତାଳ ମେଳ ନ ହେବାର ରହସ୍ୟ କଣ ? ତେବେ କେଉଁ ତଥ୍ୟ ଟି ସତ ? ଏହାର  ଭିଜିଲାନ୍ସ ତଦନ୍ତ କରାଯାଇ ରହସ୍ୟ ଉନ୍ମୋଚନ କରାଯିବା ପାଇଁ ଅଞ୍ଚଳବାସୀଙ୍କ ଦାବି ହେଉଛି।

Comments are closed.