ଅମ୍ପନ ପ୍ରଭାବ : ପୁରୀରେ ୧୫୦୦ ହେକ୍ଟର ଧାନ ଫସଲ ନଷ୍ଟ

ପୁରୀ : ସାମୁଦ୍ରିକ ଝଡ ଅମ୍ପନ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ଟେ​ଲିଫୋନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଗତ ବର୍ଷ ଫନିସରୁ ବର୍ତ୍ତିଯାଇଥିବା ଅନେକ ଗଚ ଏଥର ଭାଙ୍ଗି ପଡିଛି।

ତେବେ ଡାଳୁଅ ଧାନ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅମ୍ପନ ଯୋଗୁ ଜିଲ୍ଲାର ୩ଟି ବ୍ଲକରେ ପ୍ରାୟ ୧୫୦୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ଧାନ ଜମିରେ ପାଣି ଜମି ରହିଛି । ଅଧା ପାଚିଲା ଧାନ ଫସଲ ପାଣିରେ ଲୋଟୁଛି।   ​​​

 

Comments are closed.