ନେମାଳରେ ବିଜେଡିର ଜନ ସଂପର୍କ ପଦଯାତ୍ରା

0

ନେମାଳ: ଶୁକ୍ରବାର ବିଜେଡି କଟକ ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜନସଂପର୍କ ପଦଯାତ୍ରା ନେମାଳ ମା’ ଜାଗୁଳାଇ ପୀଠ ଠାରୁ ଆରମ୍ଭ ହୋଇଛି। ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଯୋଗ ଦେଇ ’ଆମ ଗାଁ ଆମ ବିକାଶ’ ସମ୍ପର୍କରେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସ୍ବାଇଁ, ବିଜେଡି ସଭାପତି ବିମଲ କୁମାର ଦାସ, ଆଲୋକ କୁମାର ଦତ୍ତ, ସମାଜସେବୀ ନୃସିଂହ ଚରଣ ମୁଦୁଲି, ପ୍ରାକ୍ତନ ସରପଞ୍ଚ ବିଶ୍ବଭୂଷଣ ନାୟକ, ମାଧବାନନ୍ଦ ପାତ୍ର, ଜଗଦୀଶ ଦାସ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ହଜାର ହଜାର କର୍ମୀ, ବିଜୁ ଯୁବ ବାହିନୀର ବହୁ କର୍ମକର୍ତ୍ତା ଓ ବିଜେଡି ମହିଳା କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।

Leave A Reply