ପୁଣି ଥରେ ଇତିହାସ ରଚିଲେ ସିନ୍ଧୁ

0

ଗ୍ୱାଞ୍ଜୁ : ଅଲମ୍ପିକ ରୌପ୍ୟ ପଦକ ବିଜେତା ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ପୁଣିଥରେ ଇତିହାସ ରଚିଛନ୍ତି। ରବିବାର ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ ବିଶ୍ୱ ଟୁର ଟୁର୍ଣ୍ଣାମେଣ୍ଟ ବିଜୟ ଲାଭ କରିଛନ୍ତି। ସିନ୍ଧୁ ଫାଇନାଲରେ ଜାପାନ ତଥା ବିଶ୍ୱ ନମ୍ବର ୫ ନୋଜମି ଓକୁହ୍ୱାରାଙ୍କୁ ୨୧-୧୯, ୨୧-୧୭ ପଏଣ୍ଟରେ ହରାଇଛନ୍ତି। ସିନ୍ଧୁ ଅପରାଜୟ ଭାବେ ଏହି ଟୁର୍ଣ୍ଣାମେଣ୍ଟ ବିଜୟ ହାସଲ କରିଛନ୍ତି। ପି ଭି ସିନ୍ଧୁ ପ୍ରଥମ ଭାରତୀୟ ଭାବେ ଏହି ଟୁର୍ଣ୍ଣାମେଣ୍ଟ ବିଜୟ ହାସଲ କରିଛନ୍ତି। ଯାହାକୁ ନେଇ ସମସ୍ତେ ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply