ରିଲିଜ୍ ହେଲା “ପି’ସେ ପ୍ୟାର ଏଫ’ସେ ଫେରାର”ର ଦମଦାର ଟ୍ରେଲର

ମୁମ୍ବଇ : “ପି’ସେ ପ୍ୟାର ଏଫ’ସେ ଫେରାର”ର ଦମଦାର ଟ୍ରେଲର ବୁଧବାର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରଟି ସାମାଜିକ ଚିତ୍ରକୁ ନେଇ ନିର୍ମିତ ହୋଇଛି। ଅର୍ଥାତ ଏହି ଚଳଚ୍ଚିତ୍ରଟି ସମାଜର ଜାତିପ୍ରଥା, କୁସଂସ୍କାର, ଭେଦଭାବକୁ  ନେଇ ନିର୍ମିତ ହୋଇଛି। ଏହି ସିନେମା ମାଧ୍ୟମରେ ଅଭିନେତା ଭାବେଶ କୁମାର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଯୋଗେନ୍ଦ୍ର ସିଂହଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିବାବେଳେ ଏଥିରେ ଦିର୍ଦେଶନା ଭାର ବହନ କରିଛନ୍ତି ମନୋଜ ତିୱାରୀ। ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ବିଶାଲ ବିଜୟ କୁମାର। ଭାବେଶ କୁମାରଙ୍କ ବ୍ୟତୀତ ଜିମି ଶେରଗିଲ, ସଞ୍ଜୟ ମିଶ୍ର, କୁମୁଦ ମିଶ୍ର, ଗିରିଶ କୁଲକର୍ଣ୍ଣି, ଜାକିର ହୁସେନଙ୍କ ଭଳି କଳାକାର ଏଥିରେ ଅଭିନୟ କରୁଥିବା ନଜର ଆସିବେ। ଚଳିତ ବର୍ଷ ଅକ୍ଟୋବର ୧୮ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Comments are closed.