ପେରିଆସାମି କୁମାରନ୍ ସିଙ୍ଗାପୁରରେ ଭାରତର ହାଇ କମିଶନର୍ ନିଯୁକ୍ତ

- ପ୍ରେମ କେ ନାୟର ହେବେ ନାଇଜରରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ

ସମାଜ ପୋର୍ଟାଲ ଡେସ୍କ: ସିଙ୍ଗାପୁରରେ ଭାରତର ହାଇ କମିଶନର୍ ଭାବେ ପେରିଆସାମି କୁମାରନଙ୍କୁ ନିଯୁକ୍ତି ମିଳିଛି। ୨୦୧୬ ନଭେମ୍ବରରୁ ସିଙ୍ଗାପୁରରେ ଭାରତର ହାଇ କମିଶନର ଭାବେ କାର୍ଯ୍ୟରତ ଜାଭେଦ୍ ଆଶ୍ରଫଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କୁମାରନ୍ ଖୁବ୍ ଶୀଘ୍ର ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ କତାରରେ ଭାରତର ରାଷ୍ଟ୍ରଦୂତ ଅଛନ୍ତି ଏବଂ ୨୦୧୬ ଅକ୍ଟୋବରଠାରୁ ଏହି ପଦବୀରେ କାର୍ଯ୍ୟ କରୁଛନ୍ତି। କୁମାରନ୍ ୧୯୯୨ରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ ଏବଂ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କଲମ୍ବୋରେ ଭାରତୀୟ ଦୂତାବାସରେ ଡେପୁଟି ହାଇ କମିଶନର ଭାବରେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଇସଲାମାବାଦରେ ଭାରତର ହାଇ କମିଶନ ଏବଂ ୱାଶିଂଟନରେ ଭାରତର ଦୂତାବାସରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ବୈଦେଶିକ ମନ୍ତ୍ରାଳୟର ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ପ୍ରେମ କେ ନାୟାରଙ୍କୁ ନାଇଜର ରିପବ୍ଲିକରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ମିଳିଛି। ସେ ହାମବଣ୍ଟୋଟାରେ କନସୁଲ ଜେନେରାଲ ଭାବେ କାର୍ଯ୍ୟ କରୁଛନ୍ତି।

Comments are closed.