ଚିଦାମ୍ବରମଙ୍କ ନାମରେ ମାମଲା ପାଇଁ ସରକାରଙ୍କ ସବୁଜ ସଙ୍କେତ

0

ନୂଆଦିଲ୍ଲୀ: ଏୟାରସେଲ ମେକ୍ସିସ ଦୁର୍ନୀତି ପ୍ରସଙ୍ଗରେ ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । ପଟିଆଲା ହାଉସ କୋର୍ଟରେ ଏହି ମାମଲାର ଶୁଣାଣିରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ତୁଷାର ମେହେଟ୍ଟା ୧୮ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ଚଲାଇବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି। ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରେ ପି. ଚିଦାମ୍ବରମଙ୍କ ନାମ ମଧ୍ୟ ରହିଛି। ଅବଶିଷ୍ଟ ଅଭିଯୁକ୍ତଙ୍କ ନାମରେ ଇଡି ପକ୍ଷରୁ ମାମଲା ରୁଜୁ କରିବାକୁ କୋର୍ଟରେ ସମୟ ମାଗିଛନ୍ତି କେନ୍ଦ୍ର ସରକାର। ତୁଷାର ମେହେଟ୍ଟା ସୋମବାର କୋର୍ଟରେ ବିଦେଶକୁ ପଠାଯାଇଥିବା ବେଆଇନ ଅର୍ଥ ସମ୍ପର୍କରେ ଅଧିକ ଖୋଳତାଡ କରିବା ନିମନ୍ତେ ଚିଦାମ୍ବରମଙ୍କୁ ବିଚାରବିଭାଗୀୟ ହାଜତକୁ ନେବା ଜରୁରୀ ବୋଲି କୋର୍ଟରେ ଯୁକ୍ତି ଦର୍ଶାଇ ଥିଲେ। ଅବଶିଷ୍ଟ ୭ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ନେବା ପୂର୍ବରୁ ଭିନ୍ନଭିନ୍ନ ବିଭାଗରୁ ଏ  ସମ୍ପର୍କିତ ଦସ୍ତାବିଜ୍‍ ଆସିବାକୁ ବାକି ରହିଛି। ଆଗାମୀ ଶୁଣାଣି ପାଇଁ ଡିସେମ୍ବର ୧୮କୁ ଦିନ ଧାର୍ଯ୍ୟ କରାଯାଇଛି।

Leave A Reply