ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି ୫୧୨୫ ଟନରୁ ଅଧିକ ଅକ୍ସିଜେନ୍

ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୨୮୧ଟି ଟ୍ୟାଙ୍କର ଯୋଗେ ୫୧୨୫.୪୧୨ ଟନରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି। ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ କରିଡ଼ର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେନେଇ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୩୧ଟି ଟ୍ୟାଙ୍କର ଯୋଗେ ୫୧୭.୯୪ଟନ୍, ଢେଙ୍କାନାଳ ଜିଲ୍ଲାରୁ ୬୪ଟି ଟ୍ୟାଙ୍କର ଯୋଗେ ୯୮୧.୦୮ଟନ୍ , ଯାଜପୁର ଜିଲ୍ଲାରୁ ୭୪ଟି ଟ୍ୟାଙ୍କର ଯୋଗେ ୧୫୦୮.୬୨ଟନ୍, ରାଉରକେଲାରୁ ୧୧୨ଟି ଟ୍ୟାଙ୍କର ଯୋଗେ ୨୧୧୭.୭୭୨ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି।

୮୩ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୧୭୦୨.୯୮ ଟନ୍, ୭୬ଟି ଟ୍ୟାଙ୍କରରେ ତେଲେଙ୍ଗାନାକୁ ୧୨୬୭.୭୩୯ଟନ୍, ତାଲିମନାଡୁକୁ ୭ଟି ଟ୍ୟାଙ୍କର ଯୋଗେ ୧୩୬.୪୨ଟନ୍, ହରିୟାଣାକୁ ୩୫ଟି ଟ୍ୟାଙ୍କର ଯୋଗେ ୬୫୪.୪୮୨ଟନ୍, ମହାରାଷ୍ଟ୍ରକୁ ୧୩ଟି ଟ୍ୟାଙ୍କରରେ ୨୧୧.୧୬ଟନ୍, ଛତିଶଗଡ଼କୁ ୧୪ଟି ଟ୍ୟାଙ୍କରରେ ୨୧୪.୩୯୧ଟନ୍, ଉତରପ୍ରଦେଶକୁ ୨୪ଟି ଟ୍ୟାଙ୍କର ଯୋଗେ ୪୩୭.୬୯ ଟନ, ୨୬ଟି ଟ୍ୟାଙ୍କର ଯୋଗେ ୪୩୮.୨୩ଟନ୍ ମଧ୍ୟପ୍ରଦେଶକୁ, ୦୨ଟି ଟ୍ୟାଙ୍କର ଯୋଗେ ଦିଲ୍ଲୀକୁ ୩୩ ଟନ୍, ୦୧ଟି ଟ୍ୟାଙ୍କର ଯୋଗେ ପଞ୍ଜାବକୁ ୨୯.୩୨ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାରସମସ୍ତଏସପି /ଡିସିପି/ରେଂଜଡିଆଇଜି/ଆଇଜିଏବଂ ପୁଲିସ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କରକୁ ସୁରକ୍ଷିତଭାବେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ ରାଜ୍ୟ ପୁଲିସ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Comments are closed.