ଓଡ଼ିଶାରୁ ଜାରି ରହିଛି ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ

ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି୭୨୬ ଟି ଟ୍ୟାଙ୍କର୍ ଯୋଗେ ୧୩୩୦୫.୮୬୪ ଟନ୍‍ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ,ରାଜସ୍ଥାନକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍ଗୁଡ଼ିକର ସହଜ ଯାତାୟତନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି।
ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେନେଇ ରାଜ୍ୟ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଅନୁଗୁଳ ଜିଲ୍ଲାରୁ ୭୦ଟି ଟ୍ୟାଙ୍କର୍ ଯୋଗେ ୧୧୪୨.୬୬୨ ଟନ୍, ଢେଙ୍କାନାଳ ଜିଲ୍ଲାରୁ୧୯୬ଟି ଟ୍ୟାଙ୍କର୍ ଯୋଗେ ୩୧୨୪.୬୭ ଟନ୍ , ଯାଜପୁର ଜିଲ୍ଲାରୁ ୧୮୫ଟି ଟ୍ୟାଙ୍କର୍ ଯୋଗେ୩୭୮୨.୯୪୭ ଟନ୍ ଏବଂ ରାଉରକେଲାରୁ ୨୭୫ଟି ଟ୍ୟାଙ୍କର୍ ଯୋଗେ ୫୨୫୫.୫୮୫ ଟନ୍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି।୨୨୩ଟି ଟ୍ୟାଙ୍କର୍ରେ ଆନ୍ଧ୍ରପ୍ରଦେଶକୁ ୪୩୮୬ ଟନ୍, ୧୮୧ଟି ଟ୍ୟାଙ୍କର୍ ଯୋଗେ ତେଲେଙ୍ଗାନାକୁ ୩୦୫୩.୧୪୯ ଟନ୍, ତାଲିମନାଡୁକୁ ୧୬ଟି ଟ୍ୟାଙ୍କର୍ ଯୋଗେ ୩୧୨.୩୬ ଟନ୍, ହରିୟାଣାକୁ୧୦୯ଟି ଟ୍ୟାଙ୍କର୍ରେ ୨୦୧୫.୮୧୨ଟନ୍, ମହାରାଷ୍ଟ୍ରକୁ ୩୪ଟି ଟ୍ୟାଙ୍କର୍ରେ ୫୬୬.୬୭୧ ଟନ୍, ଛତିଶଗଡ଼କୁ ୨୬ଟି ଟ୍ୟାଙ୍କର୍ରେ ୩୯୯.୨୮୨ ଟନ୍, ଉତରପ୍ରଦେଶକୁ ୪୬ଟି ଟ୍ୟାଙ୍କର୍ ଯୋଗେ
୮୯୭.୯୩୧ ଟନ, ୫୬ଟି ଟ୍ୟାଙ୍କର୍ ଯୋଗେ ୯୮୧.୬୬ ଟନ୍ ମଧ୍ୟପ୍ରଦେଶକୁ୨୧ଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୩୯୨.୭୬ ଟନ୍, ୦୪ଟି ଟ୍ୟାଙ୍କର୍ ଯୋଗେ ପଞ୍ଜାବକୁ ୧୦୭.୮୯ ଟନ୍ ,୦୬ଟିଟ୍ୟାଙ୍କର୍ ଯୋଗେ କର୍ଣ୍ଣାଟକକୁ୧୨୦.୯୬ ଟନ୍ , ୦୨ଟି ଟ୍ୟାଙ୍କର୍ ଯୋଗେ ବିହାରକୁ ୩୧.୨୯ଟନ୍ ଏବଂ ୦୨ଟି ଟ୍ୟାଙ୍କର୍ ଯୋଗେ ରାଜସ୍ଥାନକୁ ୩୯.୪୨ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କପ୍ରତ୍ୟକ୍ଷ ତତ୍ୱାବଧାନରେ ଅମ୍ଳଜାନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତଏସ୍ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୁଲିସ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅମ୍ଳଜାନ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍କୁ ସୁରକ୍ଷିତ ଭାବେନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୁଲିସ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Comments are closed.