ବ୍ରହ୍ମପୁର ବଡ଼ ମେଡିକାଲ : ବୁଧବାରଠାରୁ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଂଟ

ବ୍ରହ୍ମପୁର :  ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଆସନ୍ତା ବୁଧବାରଠାରୁ ଅକ୍ସିଜେନ ପ୍ଲାଂଟ କାର୍ଯ୍ୟକ୍ଷମ ହେବ। ଏଠାରେ ୨୦ ହଜାର ଟନ୍‍ କ୍ଷମତା ବିଶିଷ୍ଟ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି। ବର୍ତମାନ ଏହାକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ୍‍ ଓ କ୍ରିୟାଶୀଳ କରିବା ପାଇଁ ଆବଶ୍ୟକ ପରୀକ୍ଷା ନିରୀକ୍ଷା ଚାଲିଛି।

ଏହା କାର୍ଯ୍ୟକ୍ଷମ ହେଲେ ବ୍ରହ୍ମପୁର ବଡ଼ ମେଡିକାଲର ବିଭିନ୍ନ ବିଭାଗକୁ ପାଇପ୍‍ ଲାଇନ୍‍ ଯୋଗେ ରୋଗୀଙ୍କ ବେଡ୍‍କୁ ୨୪ ଘଣ୍ଟିଆ ଅକ୍ସିଜେନ ଯୋଗାଣ ହେବ। ଏଥିପାଇଁ ପାଇପ୍‍ ଲାଇନ୍‍ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments
Loading...