ମାହାଙ୍ଗା ଓ ନିଶ୍ଚନ୍ତକୋଇଲି ମେଡିକାଲକୁ ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ କଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁପାଳ : ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କରୋନା ରୋଗୀଙ୍କୁ  ଉଚ୍ଚ ମାନର ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ  ଆଜି  ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ  ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକର ଗୋଟିଏ କୋଭିଡ ଚିକିତ୍ସା କେନ୍ଦ୍ର ସମେତ ୧୦ ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅମ୍ଳଜାନ ନିୟନ୍ତ୍ରଣ କରିବା ପାଇଁ ସାନ୍ଧ୍ରକ ପ୍ରଦାନ କରାଯାଇଛି। ଏହି ଅବସରରେ କୁଆଁପାଳ ଅଳିଯୋଡ଼ା ସ୍ଥିତ  ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ପରିସରରେ ମାହାଙ୍ଗା ଓ ନିଶ୍ଚନ୍ତକୋଇଲି ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଉପସ୍ଥିତ ରହି ଏହି ଅମ୍ଳଜାନ ସାନ୍ଧ୍ରକ ଯୋଗାଣ ଯନ୍ତ୍ର ମନ୍ତ୍ରୀ ଶ୍ରୀ ଜେନାଙ୍କ ଠାରୁ ଗ୍ରହଣ କରିଥିଲେ l ବିଶେଷ କରି କୋଭିଡ ମହାମାରୀ ସମୟରେ କୋଭିଡ୍ ରୋଗୀଙ୍କଠାରେ ଅମ୍ଳଜାନ ଅଭାବ ହେଲେ ଏହା ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ପାରିବ l ମନ୍ତ୍ରୀଙ୍କ ଏଭଳି ମହତ ପଦକ୍ଷେପକୁ  ମାହାଙ୍ଗା , ନିଶ୍ଚିନ୍ତକୋଇଲି ଓ ସ୍ବାମୀ ଚିଦାନନ୍ଦ ମେଡିକାଲ କଲେଜର ଡାକ୍ତର ମାନେ ବେଶ୍ ପ୍ରଶଂସା କରିଛନ୍ତି l

Comments are closed.