ସେପ୍ଟେମ୍ବରରେ ଜିଏସଟି ଆଦାୟ ୯୦୩୧ କୋଟି ଟଙ୍କା ବୃଦ୍ଧି

ଦେଶର ଅର୍ଥନୀତି ନିମନ୍ତେ ଗତ ୬ ମାସ ମଧ୍ୟରେ ଆସିଛି ପ୍ରଥମ ଭଲ ଖବର । ଅର୍ଥମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜୁଲାଇ ମାସ ତୁଳନାରେ ସେପ୍ଟେମ୍ବରରେ ୯୦୩୧ କୋଟି ଟଙ୍କା ଅଧିକ ଜିଏସଟି ଆଦାୟ ହୋଇଛି ।

ଜୁଲାଇ ମାସରେ ୮୬୪୪୯ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିବାବେଳେ ସେପ୍ଟେମ୍ବରରେ ଏହା ୯୫୪୮୦ କୋଟିରେ ପହଞ୍ଚି ପାରିଛି । ସେହିପରି ସିଜିଏସଟି ୧୫୯୦୬ କୋଟିରୁ ୧୭୭୪୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏସଜିଏସଟି ୨୧୦୬୪ କୋଟିରୁ ୨୩୧୩୧ କୋଟି ଟଙ୍କା, ଆଇଜିଏସଟି ୪୭୪୮୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସରକାର ସିଜିଏସଟିକୁ୨୧୨୬୦ କୋଟି ଏବଂ ଏସଜିଏସଟି କୁ ୧୬୯୯୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବରରେ ଦ୍ରବ୍ୟ ଏବଂ ସେବା କର ସଂଗ୍ରହ ଏହି ଆର୍ଥିକ ବର୍ଷରେ ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ପୂର୍ବ ବର୍ଷର ସମାନ ମାସରେ ଜିଏସ୍ଟି ରାଜସ୍ୱ ତୁଳନାରେ ଏହା ୪% ଅଧିକ।

Comments are closed.