ମାନୁ ନାହାନ୍ତି ଟ୍ରାଫିକ ନିୟମ…. ସାମର୍ଥ୍ୟ ବାହାରେ ଓଭର ଲୋଡ଼ିଂ 

ରେଙ୍ଗାଲି କ୍ୟାମ୍ପ : ଆଧୁନିକ ବିଜ୍ଞାନ ମଣିଷକୁ ଯେତେ ସୁବିଧା ସୁଯୋଗ ଦେଉଛି ମଣିଷ ତାର ସେତିକି ଦୁରୁପଯୋଗ କରି ବିପଦକୁ ନିମନ୍ତ୍ରଣ କରୁଛି। ଲୋକଙ୍କ ସୁରକ୍ଷା ପାଇଁ ଅନେକ ଗୁଡ଼ିଏ ଟ୍ରାଫିକ ନିୟମ  ପ୍ରଣୀତ ହୋଇଛି କିନ୍ତୁ ସେ ସବୁ ନିୟମକୁ ଅଣଦେଖା କରି ମଣିଷ ନିଜର  ସ୍ବାର୍ଥ ପାଇଁ ତଥା ଅଧିକ ଆୟର ଲୋଭରେ ଆବଶ୍ୟକ ଠାରୁ ଅଧିକ ଜିନିଷପତ୍ର ଓ ମଣିଷ ମାନଙ୍କୁ ଯାନବାହାନ ଗୁଡିକରେ ନେବା ଆଣିବା କରୁଛନ୍ତି। ଫଳରେ  ନିଜ ଜୀବନ ସହ ଅନ୍ୟର ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। ଯାନ ବାହନର  ସାମର୍ଥ୍ୟ ବାହାରେ ଜିନିଷପତ୍ର ଲୋଡିଂ କରିବା ଦ୍ୱାରା ବେଳେ ବେଳେ ଭାରସାମ୍ୟ ହରାଇ  ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ତେବେ  ରାଜମାର୍ଗରେ ଏହିସବୁ ଓଭର ଲୋଡ଼ିଙ୍ଗ ଗାଡ଼ି ଗୁଡ଼ିକ କିପରି  ଯିବା ଆସିବା କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସଡକ ସୁରକ୍ଷା ନିୟମକୁ ଉଲ୍ଲଘଂନ କରୁଥିବା ଏହି ବ୍ୟକ୍ତି ମାନଙ୍କ ପାଇଁ କୌଣସି ଆଇନ କାନୁନ ବ୍ୟବସ୍ଥା ନାହିଁକି ?

Comments are closed.