ଦେଶର ୯୯%ରୁ ଅଧିକ ସହର ବାହ୍ୟ ମଳତ୍ୟାଗ ମୁକ୍ତ

ଦେଶର ୯୯ ପ୍ରତିଶତରୁ ଅଧିକ ସହର ବାହ୍ୟ ମଳତ୍ୟାଗ ମୁକ୍ତ ହୋଇପାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଗୃହ ଏବଂ ସହରୀ ବିକାଶ ମନ୍ତ୍ରଣାଳୟ ଆଜି ସ୍ଵଛ ଭାରତ ମିଶନର ୬ ବର୍ଷ ପୂର୍ତ୍ତି ଅବସରରେ ‘ସ୍ୱଚ୍ଛତାର ୬ ବର୍ଷ-ଅତୁଳନୀୟ’ ଶୀର୍ଷକ ଏକ ୱେବିନାର ଆୟୋଜନ କରିଛି। ଗୃହ ଓ ସହରୀ ବିକାଶ ମନ୍ତ୍ରୀ ହାରଦୀପ ସିଂ ପୁରୀ କହିଛନ୍ତି ଯେ ସ୍ୱଚ୍ଛ ତଥା ସୁସ୍ଥ ଭାରତ ପାଇଁ ପୁଣି ସଂକଳ୍ପ ନେବାର ସମୟ ଆସିଛି।

ସେ କହିଛନ୍ତି ଯେ ସ୍ଵଛ ସର୍ବେକ୍ଷଣ ସର୍ଭେ ୨୦୨୦ରେ ୧୨ କୋଟିରୁ ଅଧିକ ନାଗରିକ ଭାଗ ନେଇଛନ୍ତି ଯାହା ଏହି ଅଭିଯାନର ସଫଳତାରେ ଜନ ଆନ୍ଦୋଳନ ଏବଂ ଜନ ଭାଗିଦାରୀତାକୁ ସୂଚାଉଛି। ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ୨୦୧୪ରେ ସହରାଂଚଳ ସ୍ଵଛ ଭାରତ ମିଶନ ଆରମ୍ଭ ହୋଇଥିଲା, ସେତେବେଳେ ଏହା ୨୦୧୯ ଅକ୍ଟୋବର ୨ ଜାତିର ପିତାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ସୁଦ୍ଧା ସ୍ୱଚ୍ଛ ଭାରତ ହାସଲ କରିବାର ଦୃଷ୍ଟିକୋଣ ଥିଲା।

Comments are closed.