ଷଷ୍ଠ ପର୍ଯ୍ୟାୟ ନିର୍ବାଚନ : ୬୪ % ମତଦାନ

ନୂଆଦିଲ୍ଲୀ : ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଶତକଡ଼ା ୬୪ ଭାଗ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ନିର୍ବାଚନ ମଣ୍ଡଳୀରେ ରବିବାର ମତଦାନ ହୋଇଥିଲା।

ନିର୍ବାଚନ କମିଶନ୍‍ଙ୍କ ‘ଭୋଟର୍‍ ଆପ୍‍’ ଅନୁସାରେ ପଶ୍ଚିମବଙ୍ଗରେ ସର୍ବାଧିକ ୮୧ ଦଶମିକ ୬୯ % ମତଦାନ ହୋଇଥିଲାବେଳେ ହରିୟାଣାରେ ଶତକଡ଼ା ୭୦.୦୭% ଓ ମଧ୍ୟପ୍ରଦେଶରେ ୬୫ ଦଶମିକ ୨୬ % ମତଦାନ ହୋଇଛି ।

ସେହିପରି ଝାଡ଼ଖଣ୍ଡରେ ୬୪.  ୫ %, ଦିଲ୍ଲୀରେ ୬୦.୫ %, ବିହାରରେ ୫୯.୨୯ % ଓ ଉତ୍ତର ପ୍ରଦେଶରେ ୫୪.୭୫ ଭାଗ ମତଦାନ ହୋଇଥିବାର ରେକର୍ଡ଼ କରାଯାଇଛି । ନୂଆଦିଲ୍ଲୀରେ ବରିଷ୍ଠ ନିର୍ବାଚନ କମିଶନର ଉମେଶ ସିହ୍ନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ବହୁସଂଖ୍ୟାରେ ମହିଳା ଓ ବରିଷ୍ଠ ନାଗରିକମାନେ ମତଦାନ କରିଥିବା ଜଣାପଡିଛି ।

Comments are closed.