ଝାଡ଼ଖଣ୍ଡର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ୬୨.୫୪ ପ୍ରତିଶତ ମତଦାନ

ରାଞ୍ଚି :  ଝାଡ଼ଖଣ୍ଡର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ​ସୋମବାର​‌ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି। ଧାନବାଦ, ଦେଓଘର, ଗିରିଡି ଓ ବୋକାରୋ ଭଳି ଚାରୋଟି ଜିଲ୍ଲାର ୧୫ଟି ନିର୍ବାଚନ ମଣ୍ଡଳୀରେ ଆଜି ଭୋଟ୍‍ ନିଆଯାଇଛି। କୌଣସି ସ୍ଥାନରୁ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳି ନାହିଁ । ବାଗୋଡର, ଜାମୁଆ, ଗିରିଡି, ଡୁମ୍ରି
ଓ ତୁଣ୍ଡି ଭଳି ୫ଟି ନକ୍ସଲପ୍ରବଣ ନିର୍ବାଚନ ମଣ୍ଡଳୀରେ ଶତକଡ଼ା ୬୬ ଭାଗ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ସେହିସବୁ ନିର୍ବାଚନ ମଣ୍ଡଳୀରେ ନିରାପତ୍ତା କାରଣରୁ ଅପରାହ୍ଣ ୩ଟାରେ ମତଦାନ ଶେଷ ହୋଇଥିଲା । ଅବଶିଷ୍ଟ ୧୦ଟି ନିର୍ବାଚନ ମଣ୍ଡଳୀରେ ମତଦାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ପର୍ଯ୍ୟାୟରେ ୨୨ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ୍‍ ୨୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।  ଝାଡ଼ଖଣ୍ଡର ଦୁଇ ଜଣ  ମନ୍ତ୍ରୀ  ରାଜ ପାଲିୱାର ଓ ଅମର ବାଉରୀ ଏବଂ ୭ ଜଣ ପୂର୍ବତନ ମନ୍ତ୍ରୀ ତଥା ୧୪ ଜଣ ଉପସ୍ଥିତ ବିଧାୟକଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ।

Comments are closed.