ବ୍ରାହ୍ମଣବସ୍ତ ରାମମନ୍ଦିର ରତ୍ନମୁଦ ଉତ୍ସବ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ମଞ୍ଚେଶ୍ୱର ପଞ୍ଚାୟତର ବ୍ରାହ୍ମଣବସ୍ତରେ ନୂତନ କରି ନିର୍ମାଣ ହୋଇଥିବା ଶ୍ରୀରାମ ମନ୍ଦିରର ରତ୍ନମୁଦ ଉତ୍ସବ ଶାସ୍ତ୍ରୀୟ ବିଧିମୁତାବକ ଅନୁଷ୍ଠିତ ହୋଇଯାଇଛି। ଓରନ୍ଦାସ୍ଥିତ ରାଧାକୃଷ୍ଣ ଭକ୍ତି ମନ୍ଦିରର ମୁଖ୍ୟ ଅସୀତ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ରତ୍ନମୁଦ ଉତ୍ସବରେ ଯାଜ୍ଞିକ ବ୍ରାହ୍ମଣ ପଣ୍ଡିତ ମନ୍ତ୍ର ପାଠ ପୂର୍ବକ କାର୍ଯ୍ୟ ସଂପନ୍ନ କରିଥିଲେ । ଗାଁ ସଭାପତି ଶ୍ରୀନିବାସ ଖଟୁଆ, ଦେବରାଜ ଖଟୁଆ, ଦିପକ ଖଟୁଆ, ଫଗୁନାଥ ସାହୁ, ସାରଙ୍ଗଧର ରାଉତ, ଅଚ୍ୟୁତାନନ୍ଦ ଖଟୁଆ, ବିରଞ୍ଚି ସାହୁ,ସୁଶିଲ ଖଟୁଆ, ବିଜୟ ଖଟୁଆ, ଅଶୋକ କୁମାର ଖଟୁଆ, ଲୋକନାଥ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାସୁଦେବ ରାଉତ କର୍ତ୍ତା ଭାବେ କାର୍ଯ୍ୟ ସଂପାଦନ କରିଥିଲେ। ଗାଁ ରାମଲୀଳା ଅନୁଷ୍ଠାନର ସଦସ୍ୟଙ୍କ ଭୂମିକା ଏହି ଉତ୍ସବରେ ଗୁରୁତ୍ୱପୂର୍ଣ୍ଣ ଥିଲା।

Comments are closed.