ସିଏଏକୁ ସମର୍ଥନ ଜଣାଇ ଚିକାଗୋରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ରାଲି

ଚିକାଗୋ : ଆମେରିକାର ଚିକାଗୋରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ସିଏଏକୁ ସମର୍ଥନ ଜଣାଇ ରାଲି କରିଛନ୍ତି। ୩୦୦ରୁ ଊର୍ଦ୍ଧ୍ବ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଶନିବାର ପ୍ରବଳ ଶୀତକୁ ଖାତିର ନ କରି ନିକଟରେ ପ୍ରଣୀତ ନାଗରିକତା ସଂଶୋଧନ ଆଇନ୍‍ ସପକ୍ଷରେ ଏକ ର‍୍ୟାଲି ଆୟୋଜନ କରିଥିଲେ । ଏହି ର‍୍ୟାଲିର ଅନ୍ୟତମ ଆୟୋଜକ ଭାରତୀୟ ବଂଶୋଦ୍ଭବ
ଆମେରିକୀୟ ନାଗରିକ ଡକ୍ଟର ଭରତ ବରାଇଙ୍କ କହିଛନ୍ତି, ବିଯୁକ୍ତ ଏକ ଡିଗ୍ରୀ ସେଲ୍‍ସିୟସ୍‍ର ହାଡଭଙ୍ଗା ଶୀତ ସତ୍ତ୍ବେ ୩୦୦ରୁ ଊର୍ଦ୍ଧ୍ବ ଭାରତୀୟ ବଂଶୋଦ୍ଭବ ଏହି ର‍୍ୟାଲିରେ ଏକତ୍ରିତ ହୋଇଥିଲେ। ସେ କହିଛନ୍ତି, ସେମାନେ ବହୁ ସୁଦୃଶ୍ୟ ପ୍ଲାକାର୍ଡ, ସ୍ଲୋଗାନ୍‍, ବ୍ୟାନର ଏବଂ ଭାରତ ଓ ଆମେରିକାର ପତାକା ଧରି ଏହି ପ୍ରଦର୍ଶନରେ ଭାଗ ନେଇଥିଲେ।

ଏଥିରେ ସାମିଲ ହୋଇଥିବା ଲୋକମାନେ ଭାରତର ତିନି ପଡ଼ୋଶୀ ରାଷ୍ଟ୍ରରେ ଧାର୍ମିକ ଆଧାରରେ ନିର୍ଯାତିତ ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ପ୍ରତି ମାନବିକତା ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ
ସରକାରଙ୍କୁ ଧନ୍ୟବାଦ ଦେଇ ଏକ ସ୍ମାରକପତ୍ରରେ ସ୍ୱାକ୍ଷର କରିଥିଲେ। ଚିକାଗୋରେ ଥିବା ଭାରତୀୟ କନସୋଲ ଜେନେରାଲ୍‍ଙ୍କ ମାଧ୍ୟମରେ ଏହି ସ୍ମାରକପତ୍ରକୁ ଭାରତ ସରକାରଙ୍କ ନିକଟକୁ ପଠାଯାଇଛି।

Comments are closed.