ଦେଶରେ ଟିକାଦାନ ସଂଖ୍ୟା ୧୩.୮୩ କୋଟି ଟପିଲା

ଗତ ୨୪ ଘଣ୍ଟାରେ ଟିକାନେଲେ ୨୯ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ବିଶ୍ୱର ସର୍ବବୃହତ କୋଭିଡ-୧୯ ଟିକାକରଣ ଅଭିଯାନରେ ଏ ପର୍ୟ୍ୟନ୍ତ ୧୩.୮୩ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।
ଶନିବାର ସକାଳ ସୁଦ୍ଧା ୧୯,୮୦,୧୦୫ ସେସନରେ ୧୩,୮୩,୭୯,୮୩୨ ଡୋଜ୍ ଟିକା ଦିଆଯାଇଛି । ୯୨,୬୮,୦୨୭ ସ୍ବାସ୍ଥ୍ୟ ସେବା କର୍ମଚାରୀ(ଏଚସିଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍ ଓ ୫୯,୫୧,୦୭୬ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। ସେହିପରି ୧,୧୮,୫୧,୬୫୫ ଜଣ ଆଗଧାଡିର କରୋନା ଯୋଦ୍ଧା(ଏଫଏଲଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୬୧,୯୪,୮୫୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ୬୦ ବର୍ଷରୁ ଅଧିକ ବୟସର ୪,୯୧,୪୫,୨୬୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୭୧,୬୫,୩୩୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରାଯାଇଛି। ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୬୬,୭୧,୫୪୦ ଜଣ ନାଗରିକଙ୍କୁ ପ୍ରଥମ ଡୋଜ୍ ଏବଂ ୨୧,୩୨, ୮୦ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଶୁକ୍ରବାର ଟିକାକରଣ ଅଭିଯାନର ୯୮ତମ ଦିବସରେ ୨୯,୦୧,୪୧୨ ଡୋଜ୍ ଟିକା ଦିଆଯାଇଛି । ୨୬,୯୨୭ ସେସନରେ ୧୮,୬୩,୦୨୪ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୦,୩୮,୩୮୮ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଦେଶରେ ହୋଇଥିବା ମୋଟ ଟିକାକରଣର ୫୮.୯୨% ଟିକା ଆଠଟି ରାଜ୍ୟରେ ଦିଆଯାଇଛି । କେରଳ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ଏହି ଟିକା ଦିଆଯାଇଛି।

Comments are closed.