କୋଭିଡ ଟିକାକରଣ ଅଭିଯାନ : ଟିକାଦାନ ସଂଖ୍ୟା ୧୩.୫୪ କୋଟି ଟପିଲା

୨୪ ଘଣ୍ଟା ମଧ୍ୟରେ ୩୧ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି

ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ କୋଭିଡ-୧୯ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ଭାରତରେ ୧୩.୫୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।
ଶୁକ୍ରବାର ସକାଳ ସୁଦ୍ଧା ୧୯,୩୮,୧୮୪ ସେସନରେ ୧୩,୫୪,୭୮,୪୨୦ ଡୋଜ୍ ଟିକା ଦିଆଯାଇଛି । ୯୨,୪୨,୩୬୪ ସ୍ବାସ୍ଥ୍ୟ ସେବା କର୍ମଚାରୀ(ଏଚସିଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍ ଓ ୫୯,୦୪,୭୩୯ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ସେହିପରି ୧,୧୭,୩୧,୯୫୯ ଜଣ ଆଗଧାଡିର କରୋନା ଯୋଦ୍ଧା(ଏଫଏଲଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୬୦,୭୭,୨୬୦ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ୬୦ ବର୍ଷରୁ ଅଧିକ ବୟସର ୪,୮୫,୩୪,୮୧୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୬୫,୨୧,୬୬୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରାଯାଇଛି । ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୫୫,୬୪,୩୩୦ ଜଣ ନାଗରିକଙ୍କୁ ପ୍ରଥମ ଡୋଜ୍ ଏବଂ ୧୯,୦୧,୨୯୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଗୁରୁବାର ଟିକାକରଣ ଅଭିଯାନର ୯୭ତମ ଦିବସରେ ୩୧,୪୭,୭୮୨ ଡୋଜ୍ ଟିକା ଦିଆଯାଇଛି । ୨୮,୬୮୩ ସେସନରେ ୧୯,୨୫,୮୭୩ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୨,୨୧,୯୦୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
ଦେଶରେ ହୋଇଥିବା ମୋଟ ଟିକାକରଣର ୫୯.୦୮% ଟିକା ଆଠଟି ରାଜ୍ୟରେ ଦିଆଯାଇଛି । କେରଳ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ଏହି ଟିକା ଦିଆଯାଇଛି ।

Comments are closed.