ପୁଣି ରେକର୍ଡ : ଭାରତରେ ଗୋଟିଏ ଦିନରେ ପରୀକ୍ଷା ହେଲା ୧୦ ଲକ୍ଷରୁ ଅଧିକ କୋଭିଡ୍ ନମୁନା

ନୂଆଦିଲ୍ଲୀ : ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ କୋଭିଡ୍ ନମୁନା ପରୀକ୍ଷା କରି ଭାରତ ଏକ ବଡ଼ ସଫଳତା ହାସଲ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ୨୪ ଘଣ୍ଟା ମଧ୍ୟରେ ରେ ୧୦ଲକ୍ଷ ୨୩ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ମୋଟ୍ ୩ କୋଟି ୪୪ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଛି।
କେବଳ ଶୁକ୍ରବାର ୧୦ଲକ୍ଷ ୨୩ ହଜାର ୮୩୬ଟି ନମୁନାର ପରୀକ୍ଷା କରାଯାଇଛି, ଯାହା ଗୋଟିଏ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ ନମୁନା ପରୀକ୍ଷଣ।