କୋଭିଡ ଟିକାକରଣ କ୍ଷେତ୍ରରେ ଭାରତର ସଫଳତା : ୩୪ ଦିନରେ ଦିଆଗଲା କୋଟିଏରୁ ଅଧିକ ଟିକା

ନୂଆଦିଲ୍ଲୀ : କୋଭିଡ ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ଦେଶରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ କାରୋନା ଟିକା ଦିଆଯାଇଛି। ମାତ୍ର ୩୪ ଦିନ ମଧ୍ୟରେ ଭାରତ ଏହି ସଫଳତା ହାସଲ କରିଛି। ଆଜି ସୁଦ୍ଧା ଭାରତରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ଏକ କୋଟି ଅତିକ୍ରମ କରିଛି।

ଆଜି ସକାଳ ୮ଟା ସୁଦ୍ଧା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି, ୨,୧୧,୪୬୨ ସେସନରେ ୧ କୋଟି ୧ଲକ୍ଷ ୮୮ ହଜାର ୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି ।  ଏହା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୬୨,୬୦,୨୪୨, ଦ୍ୱିତୀୟ ଡୋଜ୍ ୬,୧୦,୮୯୯ ଏବଂ ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୩୩,୧୬,୮୬୬ ରହିଛି । ଆଜି ଟିକାକରଣର ୩୫ ତମ ଦିବସ।

୨୦୨୧ ଫେବ୍ରୁଆରୀ ୧୩ ତାରିଖରେ କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ଡୋଜ୍ ନେବାର ୨୮ ଦିନ ଯେଉଁମାନଙ୍କର ହୋଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି ।  ଫେବ୍ରୁଆରୀ ୨ ତାରିଖରୁ ସମ୍ମୁଖ ଯୋଦ୍ଧାମାନଙ୍କ ଟିକାକରଣ ଆରମ୍ଭ ହୋଇଛି ।

Comments are closed.