ଓୱେସିଙ୍କ ପ୍ରଶ୍ନ; ବିଜେପି ମୋତେ ଗୋଟେ ଗାଈ ଦେବ କି?

0

ହାଇଦରାବାଦ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଭୋଟରଙ୍କୁ ୧ ଲକ୍ଷ ଗାଈ ଦେବାକୁ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିବା ବିଜେପି ସେଥିରୁ ମୋତେ ଗୋଟିଏ ଗାଈ ଦେବ କି ବୋଲି ଅଲ ଇଣ୍ଡିଆ ମଜଲିସ୍‍ ଇ ଇତେହାଦୁଲ ମୁସଲିମେନ୍‍ (ଏଆଇଏମ୍‍ଆଇଏମ୍‍) ଅଧ୍ୟକ୍ଷ ତଥା ସାଂସଦ ଅସଦଉଦ୍ଦିନ ଓୱେସି ପ୍ରଶ୍ନ କରିଛନ୍ତି।
ଓୱେସି ସୋମବାର ବିଜେପିକୁ କଡ଼ା ସମାଲୋଚନାକ କରିବା ସହ ଗାଈ କାହା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଦତ୍ତ ଗାଈକୁ ସେ ବହୁ ଭଲରେ ରଖିବେ ବୋଲି ପ୍ରତିଶ୍ରୁତି ଦେବା ସହ ତାଙ୍କୁ ଗୋଟିଏ ଗାଈ ଦେବାକୁ ବିଜେପିକୁ ଆହ୍ୱାନ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଦଳ କ୍ଷମତାକୁ ଆସିଲେ ସପ୍ତାହରେ ଦୁଇ ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରଖିବ ଓ ଅନ୍ୟ ଦିନରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ବ୍ୟବସ୍ଥା କରିବ ବୋଲି ବିଜେପିର ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି। ଏହାଛଡ଼ା ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‍ ହ୍ରାସ କରିବା, ହିନ୍ଦୁ, ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ଧାର୍ମିକ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା, ପ୍ରତି ସମ୍ପ୍ରଦାୟ ପାଇଁ ଅର୍ଥ ନିଗମ ପ୍ରତିଷ୍ଠା ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ଯାତାୟାତ ଖର୍ଚ୍ଚରେ ରିଆତି ବ୍ୟବସ୍ଥା, ଯୋଗ୍ୟ ପରିବାରଙ୍କୁ ୧ ଲକ୍ଷ ଗାଈ ବଣ୍ଟନ କରାଯିବ ବୋଲି ଦଳର ଇସ୍ତାହାର କମିଟି ମୁଖ୍ୟ ଏନ୍‍.ଭିଏସ୍‍ ପ୍ରଭାକର କହିଛନ୍ତି।
ଏହାକୁ ନେଇ ଓୱେସି ବିଜେପି ଉପରେ ବର୍ଷିଛନ୍ତି। ବିଜେପି କେଉଁ ଭୋଟରଙ୍କୁ ଗାଈ ବଣ୍ଟନ କରିବ ତାହା ସ୍ପଷ୍ଟ କରୁ ବୋଲି ସେ କହିଛନ୍ତି।

Leave A Reply