ମହାକାଶକୁ ଯିବେ ପର୍ଯ୍ୟଟକ: ନାସା’ର ନୂଆ ଭ୍ରମଣ ଯୋଜନା

ୱାଶିଂଟନ: ଆମେରିକା ମହାକାଶ ଏଜେନ୍ସି କହିଛି, ନାସା ସାଧାରଣ ଲୋକଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ୩୦ଦିନ ରହିବା ପାଇଁ ସୁଯୋଗ ଦେବ। ମହାକାଶ କେନ୍ଦ୍ରରେ ଗୋଟିଏ ରାତି ରହଣି ପାଇଁ ପ୍ରାୟ ୩୫ହଜାର ଡଲାର ଅର୍ଥାତ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ସାଧାରଣ ଲୋକ ବା ସଂସ୍ଥା ମହାକାଶକୁ ଯିବା ନେଇ ଯେଉଁ ପ୍ରତିବନ୍ଧକ ଥିଲା, ତାହା ରହିବ ନାହିଁ। ଏଥିରେ ବୋଇଙ୍ଗ କମ୍ପାନୀ ଏବଂ ମସ୍କ କମ୍ପାନୀ ନିର୍ମିତ ସ୍ପେସ-ଏକ୍ସ ରାକେଟ ଓ କ୍ୟାପଶୂଲ ସାହାଯ୍ୟରେ ପର୍ଯ୍ୟଟକ ମହାକାଶକୁ ଯାତ୍ରା କରିପାରିବେ। ପାଖାପାଖି ଚଳିତ ଦଶନ୍ଧିରେ ପ୍ରଥମ ଥର ଆମେରିକା ମାଟିରୁ ମହାକାଶକୁ ଯାତ୍ରା ଓ ସେଠାରୁ ଫେରିବା ପାଇଁ ଦୁଇ କମ୍ପାନୀ ସମସ୍ତ ବ୍ୟବସ୍ଥା କରୁଥିବା ଜଣାପଡିଛି।

ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁଇଥର ମହାକାଶ ଯାତ୍ରା ପାଇଁ ଅନୁମତି ଦେବ ଓ ପ୍ରତ୍ୟେକ ଥର ଏହା ୩୦ ଦିନ ଯାଏ ଚାଲିବ। ପ୍ରଥମ ମହାକାଶ ଯାତ୍ରା ୨୦୨୦ ସୁଦ୍ଧା ଚୂଡାନ୍ତ ହେବ ବୋଲି ନାସା କହିଛି। ତେବେ ମହାକାଶ ଯାତ୍ରା ପାଇଁ ଖର୍ଚ୍ଚରେ କୌଣସି କାମ ହେବ ନାହିଁ ବୋଲି ନାସାର ମୁଖ୍ୟ ବିତ୍ତ ଅଧିକାରୀ ଜେଫ ଡେୱାଇଟ କହିଛନ୍ତି। ନାସାର ଅନୁମାନ ଅନୁଯାୟୀ ଗୋଟିଏ ଉଡ଼ାଣର ମୂଲ୍ୟ ୫୦ ମିଲିଅନ ଡଲାର ହେବ। ଏହା ବ୍ୟତୀତ ନାସା ମହାକାଶ କେନ୍ଦ୍ରରେ ଖାଇବା, ଜିନିଷପତ୍ର ରଖିବା ଓ ଯୋଗାଯୋଗ ପାଇଁ ଅଲଗା ଅର୍ଥ ନେବ। ତେଣୁ ଜଣକ ପିଛା ପାଖାପାଖି ୩୫ ହଜାର ଡଲାର ଖର୍ଚ୍ଚ ହେବ। ଇତି ମଧ୍ୟରେ ନାସାର ଋଷ ସହଯୋଗୀ ରସକସମସ କେତେକ ସାଧାରଣ ଲୋକଙ୍କୁ ମହାକାଶକୁ ଯିବାକୁ ଅନୁମତି ଦେଇସାରିଥିବା ଜଣାପଡିଛି। ଏହା ଫଳରେ ଟ୍ରମ୍ପ ପ୍ରଶାସନ ୨୦୧୪ ସୁଦ୍ଧା ଚନ୍ଦ୍ରକୁ ଯିବାର ଯେଉଁ ପ୍ରତିଶୃତ୍ତି ଦେଇଥିଲା ତାହା ସତ ହେବାକୁ ଯାଉଛି।

Comments are closed.