ଲକ୍ଷ୍ୟ ଆମର …ସମାଜ ସୁଧାର

ସଂକଳ୍ପ ନେଲେ ଅବସର ପ୍ରାପ୍ତ ଶିକ୍ଷକ

ରେଙ୍ଗାଲିକ୍ୟାମ୍ପ : ଆଜି  ଅତାବିରା ପ୍ରାଥମିକ ଶିକ୍ଷକ ଭବନ ଠାରେ  ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କ ଏକ ସମାବେଶ ହୋଇଥିଲା। ସଂଗଠନର ଦ୍ୱାଦଶ ତମ ବାର୍ଷିକ ଉତ୍ସବ  ଅବସରରେ ଏହି ସମାବେଶର ଆୟୋଜନ ହୋଇଥିଲା। ସଂଘର ସଭାପତି ବେଣୁଧର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବରମ୍ ପୁର ୟୁନଭରସିଟିର ଅଧ୍ୟାପକ ଜୟରାମ ପ୍ରଧାନ ମୁଖ୍ୟ ଅତିଥି ଓ କଳାପାଣି କଲେଜର ଅଧ୍ୟକ୍ଷ ମୋହନ ସାହୁ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ସଂଘର ସମ୍ପାଦକ ଯାଚକେଶ୍ୱର୍ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଅବସର ନେଇଥିବା  ୨୩୪ଜଣ ଶିକ୍ଷକ ମାନଙ୍କ ଭିତରୁ ୨୧ଜଣଙ୍କ ଦେହାନ୍ତ ହୋଇଯାଇଛି।ତେଣୁ ପ୍ରଥମେ ତାଙ୍କର ସ୍ମୃତିଚାରଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକ ମାନଙ୍କ ପ୍ରତି ଲୋକମାନଙ୍କ ମନୋଭାବ ବଦଳି ଯାଇଛି। ଆଗରୁ ଶିକ୍ଷକ ମାନେ ସମାଜରେ ସର୍ବୋଚ୍ଚ ସ୍ଥାନରେ ରହୁଥିଲେ। ଆଜି ସ୍ଥିତି ବଦଳି ଯାଇଛି । ତେଣୁ ପୁଣି ଥରେ ସମାଜରେ ଶିକ୍ଷକ ମାନଙ୍କ ପ୍ରତି ଆଦର୍ଶ ମନୋଭାବ ଆଣିବା ପାଇଁ ଆଜି ଏଇ ଅବସର ପ୍ରାପ୍ତ ଶିକ୍ଷକ ମାନେ ସମାଜ ପାଇଁ  ଉନ୍ନତି ମୂଳକ କାର୍ଯ୍ୟ କରି ଅଣ୍ଟା ଭିଡ଼ିବା ର ସମୟ ଆସିଛି ବୋଲି ମୁଖ୍ୟ ଅଥିତି କହିଥିଲେ। ସମାଜ ସୁଧାରକ କାମରେ ନିଜକୁ ନିୟୋଜନ କରି ଅବଶିଷ୍ଟ ଜୀବନ ଶାନ୍ତିରେ କାଟିବା ହିଁ ଆମ ଶିକ୍ଷକ ମାନଙ୍କର ଲକ୍ଷ୍ୟ ରହିବା ର ସମୟ ଆସିଛି ବୋଲି ସମସ୍ତଙ୍କୁ ଆହ୍ବାନ ଦିଆଯାଇଥିଲା। ୮୦ବର୍ଷରୁ ଉର୍ଦ୍ଧ୍ବ  ୧୮ ଜଣ ଶିକ୍ଷକ ମାନଙ୍କୁ ଉପଢୌକନ ଦେଇଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ କାର୍ଯ୍ୟକାରୀ କମିଟିରେ ଥିବା ପାନିବୁଡି ପ୍ରଧାନ,କୁଞ୍ଜ ବିହାରୀ ତ୍ରିପାଠୀ,କୈଳାସ ପ୍ରଧାନ,ନରହରି ଦାଶ,ଭୋଲାନଥ ପ୍ରଧାନ,ତେଜରାଜ୍ ପ୍ରଧାନ,ନକ୍ଷଭିଦତ୍ତ ବୁଡେକ୍ ପ୍ରମୁଖ ମଞ୍ଚାଷିନ ଥିବାବେଳେ ଇନ୍ଦ୍ରଜିତ ଉର୍ମା,ଗୋବିନ୍ଦ ଗଡ଼ତିଆ,କୃପାସିନ୍ଧୁ ଭୋଇ,ବନମାଳୀ ବରିହା ସହଯୋଗ କରିଥିଲେ। ଶେଷରେ ମଙ୍ଗୁଲୁ ବିଶ୍ଵାଳ ଧନ୍ୟବାଦ୍ ଦେଇଥିଲେ।

Comments are closed.